www.samajalive.in
Sunday, December 14, 2025
23.1 C
Bhubaneswar

ଜୁକରବର୍ଗଙ୍କ ମନ୍ତବ୍ୟ ପାଇଁ ଭାରତକୁ କ୍ଷମା ମାଗିଲା ମେଟା

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମେଟା ଭାରତକୁ କ୍ଷମା ପ୍ରାର୍ଥନା କରିଛି। ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ଭାରତ ପ୍ରତି ଦେଇଥିବା ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ପାଇଁ କମ୍ପାନୀର ମେଟା ଇଣ୍ଡିଆ ନିର୍ଦେଶକ ଶିବନାଥ ଠୁକରାଲ କ୍ଷମା ପ୍ରାର୍ଥନା କରିଛନ୍ତି। କମ୍ପାନୀ ସିଇଓଙ୍କ ଦ୍ବାରା ହୋଇଥିବା ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ମାଗୁଛୁ ବୋଲି ଶିବନାଥ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଛନ୍ତି।

ସୂଚନା ଅନୁସାରେ, ଜୁକରବର୍ଗ ନିକଟରେ ଜୋ ରୋଗାନଙ୍କ ପଡ୍‌କାଷ୍ଟରେ ଯୋଗଦେଇଥିଲେ। ଏଥିରେ ସେ କହିଥିଲେ ଯେ, କୋଭିଡ-୧୯ ମହାମାରୀ ଯୋଗୁ ଭାରତ ସମେତ ଅନେକ ଦେଶର ସରକାରଙ୍କ ଉପରେ ଜନସାଧାରଣ ଆସ୍ଥା ହରାଇଥିଲେ। ଏହା ପରେ ୨୦୨୪ରେ ନିର୍ବାଚନ ହୋଇଥିଲା। ଏଥିରେ କୌଣସି ପୂର୍ବ ସରକାର ପୁନର୍ବାର କ୍ଷମତାକୁ ଫେରି ପାରି ନ ଥିଲେ। ଜୁକରବର୍ଗଙ୍କ ଏହି ମନ୍ତବ୍ୟ ପରେ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଜୁକରବର୍ଗଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ। ସଂସଦୀୟ କମିଟି ପକ୍ଷରୁ ଏ ନେଇ ମେଟା ପ୍ରତିନିଧିଙ୍କୁ ସମନ ଜାରି କରାଯାଇଥିଲା। ଏହା ପରେ ମେଟା ଇଣ୍ଡିଆର ନିର୍ଦେଶକ ଶିବନାଥ କ୍ଷମା ପ୍ରାର୍ଥନା କରିବା ସହିତ ଜୁକରବର୍ଗଙ୍କ ମନ୍ତବ୍ୟ ଅନ୍ୟ ଦେଶଗୁଡ଼ିକ ପାଇଁ ଠିକ୍‌, କିନ୍ତୁ ଭାରତ ପାଇଁ ନୁହେଁ। ଶିବନାଥ କହିଥିଲେ, ଅନେକ ଦେଶରେ କ୍ଷମତାସୀନ ରାଜନୈତିକ ଦଳଗୁଡ଼ିକ ୨୦୨୪ରେ ନିର୍ବାଚନରେ କ୍ଷମତାକୁ ଫେରିପାରି ନ ଥିଲେ। ମାର୍କ ଜୁକରବର୍ଗଙ୍କ ଏହି ମନ୍ତବ୍ୟ ଅନ୍ୟ ଦେଶଗୁଡ଼ିକ ପାଇଁ ସତ୍ୟ, କିନ୍ତୁ ଭାରତ ପାଇଁ ନୁହେଁ। ଏପରି ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ଚାହୁଁଛୁ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories