www.samajalive.in
Sunday, December 14, 2025
14.1 C
Bhubaneswar

ପାଟଣାରେ ସ୍ଥଳ ସେନା ଦିବସ ପାଳିତ

ପାଟଣା : ଆଜି ୭୭ତମ ସ୍ଥଳସେନା ଦିବସ ଅବସରରେ ସଂଘର ଅଧକ୍ଷ କ୍ୟାପଟେନ ଉପେନ୍ଦ୍ର ମହାନ୍ତଙ୍କ ବିପ୍ପଣିଶାଳାରେ ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଂଘ ପାଟଣା – ସାହାରପଡ଼ାର ସଦସ୍ୟ ମାନଙ୍କ ଦ୍ଵାରା ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ପ୍ରଥମେ ସହିଦ୍ ବୀର ମାନଙ୍କ ଉଦ୍ଦେଶ୍ୟରେ ମହମବତୀ ଜାଳି, ପୁଷ୍ପାଞ୍ଜଳି ଦେଇ ୧ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ସଂଘର ସମ୍ପାଦକ ସୁବେଦାର ନାରାୟଣ ବାରିକ୍ ପ୍ରଥମେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସ୍ଥଳସେନା ଦିବସର ଅଭିନନ୍ଦନ ଜଣାଇ ବିଗତ ସଭାରେ ଆଗତ ଲେଖା ପାଠ କରିଥିଲେ। ମୁଖ୍ୟ ଅତିଥି ଅଧ୍ୟକ୍ଷ କ୍ୟାପଟେନ ଉପେନ୍ଦ୍ର ମହାନ୍ତ ମଧ୍ୟ ସମସ୍ତ ସଦସ୍ୟ ଗଣଙ୍କୁ ସ୍ଥଳସେନାଦିବସର ଅଭିନନ୍ଦନ ଜଣାଇ ସ୍ଥଳସେନା ଦିବସର ଉଦ୍ଦେଶ୍ୟ ଓ ସ୍ଥଳସେନା ବାହିନୀର ବୀର ଗାଥା ବିଷୟରେ ସମସ୍ତଙ୍କ ଆଗରେ ଆଲୋଚନା ରଖିଥିଲେ। ଫିଲ୍ଡ ମାର୍ଶାଲ କେ ଏମ କାର୍ୟପ୍ପା କିପରି ଜେନେରାଲ ଫ୍ରାନ୍ସସିସ ବୁଚରଙ୍କଠାରୁ ଦାୟିତ୍ଵ ନେଇ ଭାରତିୟ ସ୍ଥଳ ସେନାର ପ୍ରଥମ କମାଣ୍ଡର ଇନ୍ ଚିଫ ହୋଇଥିଲେ ତାର ଇତିହାସକୁ ମନେ ପକାଇଥିଲେ। ସଭା କାର୍ଯ୍ୟରେ ଅଧ୍ୟକ୍ଷ କ୍ୟାପଟେନ ଉପେନ୍ଦ୍ର ମହାନ୍ତ , ସମ୍ପାଦକ ସୁବେଦାର ନାରାୟଣ ବାରିକ୍ ତଥା ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories