www.samajalive.in
Sunday, December 14, 2025
23.1 C
Bhubaneswar

କର୍ନଫ୍ଲେକ୍ସ ପ୍ୟାକେଟରେ ବ୍ୟାଙ୍ଗକକ୍‌ରୁ ଗଞ୍ଜେଇ ଆଣିଥିଲେ ଯାତ୍ରୀ, ବିମାନବନ୍ଦରରେ ଧରାପଡ଼ିଲେ

ସମାଜ ଡିଜିଟାଲ ଡେସ୍କ: କର୍ନଫ୍ଲେକ୍ସ ଓ ଚକୋଜ୍‌ ପ୍ୟାକେଟରେ ଗଞ୍ଜେଇ ଭର୍ତ୍ତି କରି ବ୍ୟାଙ୍ଗକକରୁ ଭୁବନେଶ୍ଵର ଆଣୁଥିଲେ ଯାତ୍ରୀ। ହେଲେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡ଼ିଗଲେ। ସୀମା ଶୁଳ୍କ ଅଧିକାରୀମାନେ ଯାତ୍ରୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୮ ପ୍ୟାକେଟ ଗଞ୍ଜେଇ ଜବତ କରିଛନ୍ତି। ଜବତ ଗଞ୍ଜେଇର ଓଜନ ପ୍ରାୟ ୩ କିଲୋ ୯୯୦ ଗ୍ରାମ ହେବ।

ସୀମା ଶୁଳ୍ପ ଅଧିକାରୀଙ୍କ ସୂଚନା ଅନୁସାରେ, ବ୍ୟାଙ୍ଗକକ୍‌ରୁ ଜଣେ ଯାତ୍ରୀ ବିମାନ ଯୋଗେ କିଛି ଗଞ୍ଜେଇ ସାଥୀରେ ନେଇ ଆସୁଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ୧୪ ତାରିଖ ଦିନ ଯାତ୍ରୀ ଜଣକ ବିମାନବନ୍ଦରରେ ପହଞ୍ଚିବା ପରେ ଅଧିକାରୀମାନେ ତାଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ। ତାଙ୍କ ବ୍ୟାଗରୁ ୪ଟି କର୍ନଫ୍ଲେକ୍ସ, ଚକୋଜ୍‌ ପ୍ୟାକେଟ ମିଳିଥିଲା। ଅଧିକାରୀମାନେ ତା’କୁ ଖୋଲିବା ପରେ ସେଥିରୁ ୮ ପ୍ୟାକେଟ ଗଞ୍ଜେଇ ମିଳିଥିଲା। ଯାତ୍ରୀ ଜଣକ କର୍ନଫ୍ଲେକ୍ସ ପ୍ୟାକେଟରେ ଗଞ୍ଜେଇ ଲୁଚାଇ ଆଣିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories