www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପି, ଆରଏସଏସ ଓ ଭାରତ ବିରୋଧରେ କଂଗ୍ରେସ ଲଢ଼େଇ କରୁଛି: ରାହୁଲ ଗାନ୍ଧୀ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଉ ଦେଉ ଦେଶ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଭିତରକୁ ଠେଲି ହୋଇଯାଇଛନ୍ତି ରାହୁଲ। ଯାହାକୁ ନେଇ ବିଜେପି ରାହୁଲଙ୍କୁ ଘେରିଛି। କଂଗ୍ରେସ କେବଳ ବିଜେପି, ଆରଏସଏସ ବିରୋଧରେ ଲଢ଼ୁନାହିଁ। ଆମେ ବିଜେପି, ଆରଏସଏସ ସହିତ ଭାରତ ବିରୋଧରେ ଲଢ଼େଇ କରୁଛୁ ବୋଲି ରାହୁଲ କହିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଝଡ଼ ଆରମ୍ଭ ହୋଇଛି।

- Advertisement -

ବୁଧବାର ନୂଆଦିଲ୍ଲୀର କୋଟଲା ରୋଡ୍‌ରେ କଂଗ୍ରେସର ନୂଆ ମୁଖ୍ୟାଳୟ ଉଦଘାଟନୀ କାର୍ଯ୍ୟକ୍ରମରେ ରାହୁଲ ଯୋଗଦେଇ ଉଦବୋଧନ ଦେଇଥି​‌ଲେ। ଏହି ଅବସରରେ ସେ କହିଥିଲେ, ଭାବନ୍ତୁନି ଯେ ଆମେ ଏକ ନ୍ୟାୟସଙ୍ଗତ ଲଢ଼େଇ ବିରୋଧରେ ଲଢ଼େଇ କରୁଛେ। ଏ ଲଢ଼େଇରେ କୌଣସି ନ୍ୟାୟସଙ୍ଗତ କଥା ନାହିଁ। ଯଦି ଆପଣମାନେ ଭାବୁଛନ୍ତି ଯେ ଆମେ ବିଜେପି ଏବଂ ଆରଏସଏସ ଭଳି ରାଜନୈତିକ ସଂଗଠନ ବିରୋଧରେ ଲଢ଼େଇ କରୁଛେ, ତେବେ ଦେଶରେ କ’ଣ ଚାଲିଛି ତାହା ଆପଣମାନେ କିଛି ବୁଝିନାହାନ୍ତି। ବିଜେପି ଏବଂ ଆରଏସଏସ ଦେଶର ସମସ୍ତ ଅନୁଷ୍ଠାନକୁ ଗୋଟି ଗୋଟି କରି କବ୍‌ଜା କରିସାରିଛନ୍ତି। ଆମେ ବର୍ତ୍ତମାନ ବିଜେପି, ଆରଏସଏସ ଏବଂ ଭାରତ ସହିତ ଲଢ଼େଇ କରୁଛେ ବୋଲି ରାହୁଲ କହିଥିଲେ। ରାହୁଲଙ୍କ ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories