www.samajalive.in
Monday, December 15, 2025
16.1 C
Bhubaneswar

ଟ୍ରାକ୍ଟର ସହ ୭୫ଖଣ୍ଡ କାଠ ଗଣ୍ଡି ଜବତ, ୨ଗିରଫ

ଫୁଲବାଣୀ:କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗ ବାଡ଼ି ସେକ୍ସନ ଉହାମାହା ଜଙ୍ଗଲରୁ ଆଜି ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ଖଣ୍ଡ କାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟରକୁ ଜବତ କରିଛି। ଏହି ମାମଲାରେ ବନବିଭାଗ ପକ୍ଷରୁ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ବେଳେ ଘଟଣା ସ୍ଥଳରୁ ଟ୍ରାକ୍ଟର ଚାଳକ ଜଣକ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି। ଜବତ ହୋଇଥିବା ଶାଳ କାଠ ଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୨୫ହଜାରରୁ ଅଧିକ ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଛି। ୨ଜଣ ଗିରଫ ଅଭିଯୁକ୍ତ ପାଙ୍ଗାଲି ଗ୍ରାମର ସାମସନ ପ୍ରଧାନ ଓ ନରେନ୍ଦ୍ର ପ୍ରଧାନ। ଉହାମାହା ଜଙ୍ଗଲରୁ ବିରାଗାଡ଼ା ଗ୍ରାମକୁ ଟ୍ରାକ୍ଟରରେ କାଠ ଚାଲାଣ ବେଳେ ବନ ବିଭାଗ ଧରିବାରେ ସଫଳ ହୋଇଥିଲା। ଦାରିଙ୍ଗବାଡ଼ି ଫରେଷ୍ଟର ପ୍ରଶ୍ନ ପାତ୍ରଙ୍କ ସମେତ ଫାୟାର ସ୍କ୍ୱାର୍ଡ ଜବତ କରିବାରେ ସାମିଲ ଥିଲେ । ଏନେଇ ବନ ବିଭାଗର କେଶ ନମ୍ବର ୨-୨୨/୨୩ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବନ ବିଭାଗ ତରଫରୁ କୁହାଯାଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories