www.samajalive.in
Monday, December 15, 2025
14.1 C
Bhubaneswar

ବିଦ୍ୟୁତ ଖୁଣ୍ଟରୁ ନିଆଁ ପଡି ଚାଳଘର ଛାରଖାର

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଳିଥି ଗାଁ ଖଳା ସାହିରେ ବିଦ୍ୟୁତ ଖୁଣ୍ଟରେ ସଟ ସର୍କିଟ ଯୋଗୁଁ ନିଆଁ ବାହାରି ଖୁଣ୍ଟ ନିକଟରେ ଥିବା ଏକ ଚାଳଘର ଉପରେ ପଡି ଚାଳଘରକୁ ସମ୍ପୂର୍ଣ୍ଣ ଛାରଖାର କରି ଦେଇଛି। ଅଭିଯୋଗ ଅନୁଯାୟୀ ଜଣେ ଅବିବାହିତା ତଥା ଦିନ ମଜୁରିଆ ଭାବେ କାମ କରୁଥିବା ଜାଡି ଦଳେଇ (୫୫) ଆଜି ସକାଳ ୯ଟା ବେଳେ କାମ କରିବା ନିମନ୍ତେ ଘରେ ତାଲା ପକାଇ ବାହାରକୁ ଚାଲି ଯାଇଥିଲେ। ଅଚାନକ ୧୦ଟା ବେଳେ ଘର ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ସଟ ସର୍କିଟ ହୋଇ ନିଆଁ ବାହାରିଥିଲା। ଏହି ନିଆଁ ଜାଡିର ଚାଳଘରେ ପଡିବା ଫଳରେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଫଳରେ ଘର ମଧ୍ୟରେ ଥିବା ଆସବାବ ପତ୍ର, ଚାଉଳ ଓ ୨୦୦୦ ଟଙ୍କା ପୋଡି ନଷ୍ଟ ହୋଇ ଯାଇଥିବା ଜଣାପଡିଛି।

ଖବର ପାଇ ସରପଞ୍ଚ ଜଗମୋହନ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଯୁବକମାନଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଥିଲା। ଏହି ଘଟଣା ପରେ ବ୍ଲକ ପ୍ରଶାସନ ପକ୍ଷରୁ ରେଡକ୍ରସ ସହାୟତା ପାଣ୍ଠିରୁ ବିଡିଓ ପ୍ରସନ୍ନ କୁମାର ପାତ୍ର ସହାୟତା ପ୍ରଦାନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories