www.samajalive.in
Sunday, December 14, 2025
19.1 C
Bhubaneswar

ଆଠଗଡ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ

ଆଠଗଡ : ନବ ଗଠିତ ଆଠଗଡ ରୋଟାରୀ କ୍ଲବର ପ୍ରଥମ ଅଧିଷ୍ଠାନ ଉତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୬୮ର ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ଯୋଗଦେଇ ସମାଜ ସେବା କ୍ଷେତ୍ରରେ ରୋଟାରୀ ସଂସ୍ଥାର ଏକ ବିଶେଷ ସ୍ଥାନ ରହିଛି ବୋଲି ପ୍ରକାଶ କରିଛନ୍ତି। ବିଶ୍ୱରୁ ପୋଲିଓ ଦୂରୀକରଣ ପାଇଁ ରୋଟାରୀର ନିରବଚ୍ଛିନ୍ନ କାର୍ଯ୍ୟକ୍ରମ ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହୋଇଛି । ଆଠଗଡବାସୀଙ୍କୁ ବିଶ୍ୱବାସୀଙ୍କ ସହ ଯୋଡିବାରେ ଆଠଗଡ ରୋଟାରୀ କ୍ଲବ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ସେ ନୂତନ କ୍ଲବର ସଦସ୍ୟମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ନବ ଗଠିତ କ୍ଲବର ଉପଦେଷ୍ଟା ତଥା ଭୁବନେଶ୍ୱର ସେଣ୍ଟ୍ରାଲ ରୋଟାରୀ କ୍ଲବର ସଭାପତି ସମାଜସେବୀ ଓ ସଂସ୍କୃତ ବିଦ୍ୱାନ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ଅଧିଷ୍ଠାନ ଉତ୍ସବରେ ପୌରୋହିତ୍ୟ କରି ଆଠଗଡ, ଗଡଜାତ ମାଟିର ଐତିହ୍ୟ, ପ୍ରଜା ଆନ୍ଦୋଳନରେ ଭୂମିକା ଏବଂ ମଧୁର ଜଳ ହ୍ରଦ ଅଂଶୁପା ଉପରେ ନିଜର ବକ୍ତବ୍ୟ ରଖିବା ସହିତ ଗ୍ରାମୀଣ ପରିବେଶ ମଧ୍ୟରେ ରୋଟାରୀ ସଂସ୍ଥାର ସେବାମୂଳକ କାର୍ଯ୍ୟକ୍ରମକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା କ୍ଲବର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ପ୍ରକାଶ କରିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୂଳପତି ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ମାନବ ସେବା ହିଁ ମାଧବ ସେବା ବୋଲି ମତବ୍ୟକ୍ତ କରିଥିଲେ । ଏହି ମାନସିକତାରେ ଯଦି ଆମେ ସାଧାରଣ ଜନତାଙ୍କର ସେବା କରିବା ତେବେ ଇତିହାସରେ ନିଶ୍ଚିତ ଭାବେ ଆଠଗଡ ରୋଟାରୀ କ୍ଲବର ନାମ ରହିବ ବୋଲି ମତପ୍ରକାଶ କରିଥିଲେ । ଅଧିଷ୍ଠାନ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ଝରଣା ପାଣି ଯୋଗଦେଇ ନୂତନ କ୍ଲବର କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଆଠଗଡ ରୋଟାରୀ କ୍ଲବର ନବ ନିର୍ବାଚିତ ସଭାପତି ମାନସ କୁମାର ସାହୁ, ସଂପାଦକ ବରୁଣ ରାଜ୍‍ ବେହେରା, କୋଷାଧ୍ୟକ୍ଷ ସୁରେଶ୍ୱର ପ୍ରଧାନ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ। ଶିକ୍ଷକ ନିରାକାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରୋଟାରିଆନ୍‍ ରବିନ୍ଦ୍ର କୁମାର ବେହେରା, ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ପାଣି ଆଠଗଡ ରୋଟାରୀ କ୍ଲବର ସଭାପତି ମାନସ କୁମାର ସାହୁଙ୍କୁ କ୍ଲବର ସ୍ୱୀକୃତି ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବଗଠିତ ରୋଟାରି କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories