www.samajalive.in
Monday, December 15, 2025
16.1 C
Bhubaneswar

ଜଳଛତ୍ର ଖୋଲିଲା ଇକୋସେଭର ନେଟୱର୍କ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଜଡ଼ିଚାତର ଓ ଗୋଡିପୋଖରୀ ଆଖପାଖ ଗ୍ରାମରେ ପିକକ ସଂଗଠନ ପରିଚାଳିତ ଇକୋ ସେଭର ନେଟୱlର୍କର ସଦସ୍ୟ ସଦସ୍ୟାମାନେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଗାଁ ମୁହାଁ କରିବା ପାଇଁ ଶହ ଶହ ଗଛରେ କୁତ୍ରିମ ପକ୍ଷୀବସା କରିଥିଲେ। ଏପରିକି ଖରାଦିନେ ଏହି ପକ୍ଷୀମାନେ ନିଡକୁ ଫେରିବା ପରେ ଓ ଖରା ସମୟରେ ପାଣି ପିଇବା ପାଇଁ ଜଳ ଠେକି ଗଛରେ ସ୍ଥାପନ କରିଥିଲେ। ଏବେ ଇକୋ ସେଭର ନେଟୱାର୍କର ସଦସ୍ୟାମାନେ ଜଡ଼ିଚlତର ଓ ଅନ୍ୟାନ୍ୟ ସ୍ଥାନରେ ଜଳଛତ୍ର ଖୋଲିଛନ୍ତି। ବାଟୋଇଙ୍କୁ ଥଣ୍ଡା ପାଣି ପିଇବାର ସୁଯୋଗ ଦେବା ପାଇଁ ମାଟିହାଣ୍ଡିରେ ପାଣି ରଖି ପିଇବା ପାଣି ବିତରଣ କରୁଥିବା ଦେଖାଯାଇଛି। ଉଭୟ ଜନସାଧାରଣ ଓ ପକ୍ଷୀମାନଙ୍କ ପାଇଁ ସେମାନଙ୍କର ଏଭଳି କାର୍ଯ୍ୟ ପଛରେ ପିକକର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ପ୍ରେରଣା ଥିବା ସେମାନେ ପ୍ରକାଶ କରିଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories