www.samajalive.in
Monday, December 15, 2025
16.1 C
Bhubaneswar

ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ସଞ୍ଜୀବ କୁମାରଙ୍କ କଳାହାଣ୍ଡି ଜିଲା ଗସ୍ତ

ଭବାନୀପାଟଣା: ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ଅଧିକାରୀ ସଞ୍ଜୀବ କୁମାର କଳାହାଣ୍ଡି ଜିଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହ ଆକାଂକ୍ଷୀର ସମୀକ୍ଷା ବୈଠକରେ ଅଧକ୍ଷତା କରିଥିଲେ। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ବୈଠକରେ ଜିଲାପାଳ ଡା .ଗାଭାଲି ପରାଗ ହର୍ଷଦ୍, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ପିଡି , ଡିଆରଡିଏ ସୋମେଶ ଉପାଧ୍ୟାୟ , ଉପ ଜିଲାପାଳ ଭବାନୀପାଟଣା ଡ.ବିଶ୍ୱଜିତ୍ ଦାସ, ଉପ ଜିଲାପାଳ ଧର୍ମଗଡ ପାୱାର ସଚିନ ପ୍ରକାଶଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ କେନ୍ଦ୍ର ପ୍ରଭାରୀ ସଞ୍ଜୀବ କୁମାର କଳାହାଣ୍ଡି ଜିଲାର କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ସ୍କିଲ ଉନ୍ନତିକରଣ, ଭିତ୍ତିଭୂମି ବିକାଶ, କ୍ଷୁଦ୍ର ଜଳସେଚନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହିତ ଅନେକ କେନ୍ଦ୍ରୀୟ ଯୋଜନାରେ କଳାହାଣ୍ଡି ଜିଲାର ଅଗ୍ରଗତି, ସର୍ବ ଭାରତୀୟ ସ୍ତରରେ ରାଙ୍କିଂ ହାସଲ କରିଥିବା ମାପଦଣ୍ଡକୁ ସମୀକ୍ଷା କରିଥିଲେ। ବୈଠକରେ ସଞ୍ଜୀବ କୁମାର ଜିଲାର ଧାନ ଓ କପା ଉତ୍ପାଦନରେ ଉଚ୍ଚ ଲକ୍ଷ୍ୟ ହାସଲ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ, ଜଳ ସେଚନ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶରେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ କେନ୍ଦ୍ର ପ୍ରଭାରୀ ଅଙ୍ଗନବାଡ଼ି କେନ୍ଦ୍ରର କାର୍ୟ୍ୟକାରିତା, ସ୍ବାସ୍ଥ୍ୟ କେନ୍ଦ୍ର, ଗର୍ଭବତୀ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ, ଶିଶୁ ଟୀକାକରଣ, ମହିଳା ସାକ୍ଷରତା, ବିଦ୍ୟାଳଗୁଡିକରେ ଶୌଚାଳୟ, ବିଦ୍ୟୁତିକରଣ, ପାଠ୍ୟ ପୁସ୍ତକ ଯୋଗାଣ,ଛାତ୍ର ପ୍ରତି ଶିକ୍ଷକ ଅନୁପାତ, ବ୍ୟାଙ୍କ୍ କୃଷିଋଣ, ଦକ୍ଷତା ବିକାଶ ତାଲିମ, ଲୋକଙ୍କୁ ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ଜିଲାର ସ୍ଥିତିକୁ ଅନୁଧ୍ୟାନ କରିଥିଲେ।
ସୂଚନା ଯୋଗ୍ୟ ଯେ ସମଗ୍ର ଭାରତ ବର୍ଷ ରେ ୧୧୨ ଟି ପଛୁଆ ଜିଲାକୁ ଆକାଂକ୍ଷୀ ଜିଲା ଭାବେ ଚିହ୍ନଟ କରାଯାଇଛି ଏବଂ ଓଡ଼ିଶାର ୧୦ ଟି ଜିଲାରୁ କଳାହାଣ୍ଡି ଜିଲା ଅନ୍ୟତମ। ସମୀକ୍ଷା ବୈଠକ ପୂର୍ବରୁ ନୀତି ଆୟୋଗ ପ୍ରଭାରୀ କ୍ଷେତ୍ର ପରିଦର୍ଶନରେ ବୋର୍ଡା ସ୍ବାସ୍ଥ୍ୟ କେନ୍ଦ୍ର, ବୋର୍ ଭଟା ସ୍ଥିତ ନିର୍ମାଣାଧୀନ ହାଇସ୍କୁଲ ରୁପାନ୍ତିକରଣ କାର୍ଯ୍ୟ, କାମଠନାରେ ସ୍ବାସ୍ଥ୍ୟ ମେଳା ଓ ୱେଲନେସ କେନ୍ଦ୍ର, ମାଣିକେଶ୍ବରୀ ହାଇସ୍କୁଲ ରୁପାନ୍ତିକରଣ, କଲେଜ ଛକ ସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର, କେସିଙ୍ଗା ରୋଡ଼ ସ୍ଥିତ ସରକାରୀ ପଲିଟେକନିକ୍ ସ୍କୁଲ୍ ପରିଦର୍ଶନ କରିଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories