ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଅଧୀନ ଖୁଣ୍ଟାପଡ଼ା ଗ୍ରାମରେ ଦୀର୍ଘ ଦିନ ହେବ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ିଯାଇଥିବାରୁ ଅନ୍ଧାରରେ ଗ୍ରାମବାସୀ ଜୀବନ ବିତାଉଥିବା ଜଣାପଡିଛି। ପ୍ରଚଣ୍ଡ ରୌଦ୍ର ତାପ ଲାଗିରହିଥିବା ବେଳେ ନାହିଁ ନଥିବା ହିନସ୍ଥା ହେଉଛନ୍ତି ଲୋକେ। ଛାତ୍ରଛାତ୍ରୀଙ୍କ ପାଠ ପଢିବାରେ ବାଧା ସୃଷ୍ଟି ହେଉଛି। ତେଣୁ ଗ୍ରାମବାସୀ ଆଜି ପାଟଣା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟି ଏହାକୁ ତୁରନ୍ତ ମରାମିତି ପାଇଁ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଗ୍ରାମର ଲକ୍ଷ୍ମୀଧର ମହାନ୍ତ, ଡାଲିମ୍ବ ମହାନ୍ତ, ପ୍ରଦୀପ ମହାନ୍ତ, ଅନାମ ମହାନ୍ତ, ଦେବ ଲୋଚନ ମହାନ୍ତ, ଖିରୋଦ ମହାନ୍ତ, ବିଜୟ କୁମାର ମହାନ୍ତ, ପିତାମ୍ବର ପାତ୍ର, ଆଖେଇ ମହାନ୍ତ, ଶିବ ମହାନ୍ତ ପ୍ରମୁଖ ଚେତାବନି ଦେଇଛନ୍ତି।
Popular Categories



