ଆଇପିଏଲ ବେଟିଂ: ୩ ଗିରଫ, ୪୦ ହଜାର ଟଙ୍କା ସହ ୪ ମୋବାଇଲ ଫୋନ ଜବତ କଲା ପୁଲିସ

ଗଞ୍ଜାମ: ରମ୍ଭା ଥାନା ପୁଲିସ ପକ୍ଷରୁ ଆଇପିଏଲ ବେଟିଂ ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି। ଆଜି ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ରମ୍ଭା ଥାନା ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଆଇପିଏଲ କ୍ରିକେଟ ଚାଲିଥିବା ବେଳେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଖେଳରେ ଅର୍ଥ ବାଜି ଲାଗାଇ ତିନିଜଣ ଅଭିଯୁକ୍ତ ଧାରାପଡିଛନ୍ତି। ସେମାନେ ହେଲେ ରମ୍ଭା ଥାନା ଅନ୍ତର୍ଗତ ଡିଆଁଡେଇଁ ଗ୍ରାମର ଶ୍ରବଣ କୁମାର ଦାସ, ପୃଥୀବିରାଜ ଦଳାଇ ଓ ଏଚ.ବୁରୁଡ଼ି ଗ୍ରାମର କାହ୍ନୁ ଚରଣ ନାହାକ ଓରଫ କାଳିଆ। ସେମାନଙ୍କଠାରୁ ରମ୍ଭା ପୁଲିସ ପକ୍ଷରୁ ୪୦ ହଜାର ଟଙ୍କା ଓ ୪ ଟି ମୋବାଇଲ ଜବତ କରାଯାଇଛି। ସେମାନଙ୍କ ବିରୋଧରେ ୧୬୬/୨୦୨୨ ଧାରାରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ରମ୍ଭା ଆଇଆଇସି ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି।

kalyan agarbati

Comments are closed.