www.samajalive.in
Sunday, December 14, 2025
23.1 C
Bhubaneswar

ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ରାଗିଂ ଅଭିଯୋଗ ଆଣିଲେ ପରିବାର ଲୋକ

ବଲାଙ୍ଗିର: ବଲାଙ୍ଗିର ମେଡ଼ିକାଲ କଲେଜ ହଷ୍ଟେଲ ଛାତରୁ ଖସି ଜଣେ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ମେଡ଼ିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା ନେଇ ନିଶାନ୍ତଙ୍କ ପରିବାର ଲୋକେ ପ୍ରତିକ୍ରିୟା ରଖିଛନ୍ତି। ପୁଅ ନିଶାନ୍ତଙ୍କୁ ରାଗିଂ କରାଯାଉଥିଲା ଏବଂ ସେହି କାରଣରୁ ପୁଅର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଛାତ୍ର ନିଶାନ୍ତଙ୍କ ମାମୁ କହିଛନ୍ତି ଯେ ରାଗିଂ କରାଯାଉଥିବା ନେଇ ୪ଦିନ ହେଲା ପୁଅ ପୁଅ ଘରକୁ ଫୋନ କରି କହୁଥିଲେ। ପୁଅ ଆଉ କୌଣସି ପ୍ରକାର ବ୍ୟକ୍ତିଗତ ଚାପରେ ନ ଥିଲା। ରାଗିଂ ଯୋଗୁ ପୁଅର ଜୀବନ ଯାଇଛି ବୋଲି ମାମୁ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ରାଗିଂ ଅଭିଯୋଗ ନେଇ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସପିଟାଲର ଡିନ ସବିତା ମହାପାତ୍ର କହିଛନ୍ତି ଯେ କଲେଜରେ ରାଗିଂ ହେଉନାହିଁ। ରାଗିଂ ରୋକିବା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବରିଷ୍ଠ ଅଧ୍ୟାପକ ଓ ମେଣ୍ଟର ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ବ୍ୟବଧାନରେ କଥାବାର୍ତ୍ତା ଓ ଆଲୋଚନା କରୁଛନ୍ତି। ଏହାସହିତ ସେମାନଙ୍କୁ କାଉନସେଲିଂ ମଧ୍ୟ କରୁଛନ୍ତି।

- Advertisement -

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିଶାନ୍ତଙ୍କ ସହପାଠୀ ଏବଂ ସେ ରହୁଥିବା ଅନ୍ତେବାସୀଙ୍କୁ ପଚରା ଉଚୁରା କରୁଥିବା ସୂଚନା ମିଳିଛି।

ପ୍ରଥମ ବର୍ଷ ଏମବିବିଏସ ଛାତ୍ର ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ। ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ। କିନ୍ତୁ ସେଠାରେ କ’ଣ ଘଟିଲା, ସେ କେମିତି ଛାତରୁ ପଡ଼ିଗଲେ, ତାହା କେହି ବି ଜାଣି ନାହାନ୍ତି। ଛାତରୁ ଖସି ପଡ଼ିବା ପରେ ତାଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନିଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ନିଶାନ୍ତଙ୍କ ମୃତ୍ୟୁ କେମିତି ହୋଇଛି, ତାଙ୍କୁ କିଏ ଛାତରୁ ଠେଲି ଦେଇଚି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories