ମାଟି, ଜଳ ଓ ବାୟୁକୁ ପ୍ରଦୂଷଣ ମୁକ୍ତ କରିବା ଆମ ସମସ୍ତଙ୍କର ଦାୟିତ୍ୱ
ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଶପଥ ପାଠ
ଭୁବନେଶ୍ୱର: ମାଟି, ଜଳ ଓ ବାୟୁକୁ ପ୍ରଦୂଷଣ ମୁକ୍ତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଆକ୍ସନ୍ଏଡ୍ ଓ ସିସିଡବ୍ଲ୍ୟୁଡିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ନୀଳମାଧବ ବସ୍ତି ଠାରେ ‘ବିଶ୍ୱ ଧରିତ୍ରୀ ଦିବସ’ ଅବକାଶରେ ମତପ୍ରକାଶ ପାଇଛି। ଆଗାମୀ ବଂଶଧରଙ୍କ ସୁରକ୍ଷା ପାଇଁ ବିଶ୍ୱ ତାପାୟନକୁ ରୋକିବାକୁ ପଡିବ ଓ ସବୁଜ ସୁନ୍ଦର ପୃଥିବୀ ଗଢ଼ିବାକୁ ପଡିବ। ଦିନକୁ ଦିନ ହଜି ଯାଉଥିବା ବୃକ୍ଷମାନଙ୍କୁ ରୋପଣ କରିବା ସାଥେ ସାଥେ ପ୍ରାକୃତିକ ଜଳ ଉତ୍ସର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡିବ। ଏହି ଅବସରରେ ଶପଥ ପାଠ ସହ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ଶିଶୁସଂଘ, ଭୁବନେଶ୍ୱର ୟଙ୍ଗ ଅର୍ବାନ ଓମେନ୍ ଫୋରମ୍ ଓ ଅଣସଂଗଠିତ ଶ୍ରମିକ ମଂଚର ପ୍ରତିନିଧିମାନେ ଯୋଗ ଦେଇଥିଲେ।
Comments are closed.