www.samajalive.in
Monday, December 15, 2025
17.1 C
Bhubaneswar

ଯନ୍ତ୍ରଣାରେ ଛଟପଟ ହେଉଛି ଅସହାୟ ସ୍ନେହା : ଅନ୍ଧ ସାଜିଛି ଜିଲା ପ୍ରଶାସନ

ଦେବଗଡ଼ : ସାତ ମାସ ନପୁରୁଣୁ ସାପ କାମୁଡାରେ ପରକରି ଆର ପାରିକୁ ଚାଲିଗଲେ ମା’ ଲିପି ନାୟକ । ଏହାର ୨ ବର୍ଷ ନଯାଉଣୁ ନିଷ୍ଠୁର ପିତା ଗୋବିନ୍ଦ ନାୟକ ଏକା ଛାଡି ଜଣେ ଯୁବତୀଙ୍କ ସହ କେଉଁ ଆଡେ ଚାଲିଗଲେ ଯେ, ଆଉ ପଛକୁ ଫେରି ଦେଖିଲେ ନାହିଁ । ଏଭଳି ପରିସ୍ଥିତିରେ ଏକ ପ୍ରକାର ମା’ ବାପ ଛେଉଣ୍ଡ ହୋଇ ପଡିଥିବା ଶିଶୁ କନ୍ୟା ସ୍ନେହା ଗରିବ ତଥା ବୃଦ୍ଧ ଅଜା କ୍ଷୀରୋଦ ଓ ଆଇ ଜେମାଙ୍କ କୋଳରେ ଦୁଃଖ କଷ୍ଟରେ ବଢୁଥିଲା। ଗାଁ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ମଧ୍ୟ ପଢୁଥିଲା। ହେଲେ ତା’ ପ୍ରତି କଠୋର ସାଜିଥିଲା ସମୟ । ଗତ ଫେବୃୟାରୀ ମାସ ୭ ତାରିଖର ଏକ ଅଶୁଭ ସକାଳରେ ଘର ଅଗଣାରେ ନିଆଁ ପୋଉଁଥିବା ବେଳେ ପୋଷାକରେ ନିଆଁ ଲାଗିଯିବାରୁ ଗୁରୁତର ଆହତ ହୋଇ ପଡିଥିଲା ବାରକୋଟ ବ୍ଲକ ଡଁରା ଗ୍ରାମ ପଂଚାୟତ ଚକ୍ରପାଲି ଗ୍ରାମର ଅସହାୟ ସ୍ନେହା।

ଗାଁ ର ସ୍ୱେଚ୍ଛାସେବୀ କୃତାର୍ଥ ସାହୁଙ୍କ ସହାୟତାରେ ଚିକିତ୍ସା ନିମନ୍ତେ ତାକୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅର୍ଥାଭାବ ଏବଂ ଘରର ଦୁସ୍ଥିତି ଯୋଗୁଁ ସ୍ନେହା ସୁସ୍ଥ ହେବା ପୂର୍ବରୁ ତାକୁ ଘରକୁ ଫେରାଇ ନେଇଥିଲେ ବୃଦ୍ଧ ଅଜା-ଆଇ । ସେହିଦିନ ଠାରୁ ବିଛଣାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି ୭ ବର୍ଷର ଶିଶୁ କନ୍ୟା ସ୍ନେହା । ବୃଦ୍ଧାବସ୍ଥା ଯୋଗୁଁ କ୍ଷୀରୋଦ ସମ୍ପୂର୍ଣ୍ଣ ରୋଜଗାର ଶନ୍ୟୂ ହୋଇ ପଡିଥିବା ବେଳେ ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ଓ ଚାଉଳରେ ପରିବାର ଚଳୁଛି । ଏଭଳି ପରିସ୍ଥିତିରେ ନାତୁଣୀ କ୍ଷତରେ ମଲମ ଟିକିଏ ଲଗାଇବା ପାଇଁ ସମ୍ବଳ ନାହିଁ । ଏଣେ ଗ୍ରୀଷ୍ମ ଜନିତ ଗରମ ଗୁଳୁଗୁଳି ଅସହ୍ୟ ହୋଇପଡୁଥିବା ବେଳେ ପୋଡା ଘା’ ଶୁଖି ଚର୍ମ ଟାଣି ଧରୁଥିବାରୁ ଯନ୍ତ୍ରଣା ମଧ୍ୟ ବହୁ ଗୁଣିତ ହେଉଛି । ଫଳରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ସହ ସହାୟତା ପାଇଁ ଆକୁଳ ଚିତ୍କାର କରୁଛି ସ୍ନେହା । ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଏକଥା ଜାଣି ମଧ୍ୟ ତାକୁ ସହାୟତା ନିମନ୍ତେ ଆଗେଇ ଆସିନାହାନ୍ତି ଗାଁର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ଜିଲା ଶିଶୁ ସୁରକ୍ଷା ସମିତି । କୃତାର୍ଥ ସାହୁ ନାମକ ସମ୍ପୃକ୍ତ ଗାଁର ଜଣେ ସ୍ୱେଚ୍ଛାସେବୀ ହିଁ କେବଳ ସ୍ନେହାର ଚିକିତ୍ସା ପାଇଁ ଯତ୍ କିଞ୍ଚିତ  ସହାୟତାର ହାତ ବଢାଇଛନ୍ତି । ସୁସ୍ଥ ହେଲେ ଅନ୍ୟ ସାଙ୍ଗ ସାଥିଙ୍କ ଭଳି ଖେଳିବ, ନାଚିବ, କୁଦିବା ଓ ପାଠପଢି ବଡ ମଣିଷ ହେବ ବୋଲି ସ୍ନେହା ଆମ ପ୍ରତିନିଧିଙ୍କ ସମ୍ମୁଖରେ କୋହଭରା ସ୍ୱରରେ ପ୍ରକାଶ କରିଛି । ସେହିପରି ସେ ବଞ୍ଚିବାକୁ ଚାହୁଁଥିବାରୁ ଆବଶ୍ୟକ ଯତ୍ନ ଏବଂ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଗୁହାରୀ କରିଛି । ଏ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ମତାମତ ଲୋଡିବାରୁ ସେ ସ୍ନେହା ସମ୍ପର୍କରେ ଗଣମାଧ୍ୟମରୁ ଅବଗତ ହୋଇଥିବା ପ୍ରକାଶ କରିବା ସହ ଚିକିତ୍ସା ପାଇଁ ଜିଲା ରେଡକ୍ରସ କିମ୍ବା ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଉତ୍ତର ଦେଇଛନ୍ତି । ତେବେ ସ୍ନେହାର ଆକୁଳ ଚିତ୍କାର ଜିଲା ପ୍ରଶାସନ ଏବଂ ଜିଲା ଶିଶୁ ସୁରକ୍ଷା ବିଭାଗ କାନରେ କେବେ ପଡୁଛି ତାହା ହିଁ ଦେଖିବା ବାକି ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories