www.samajalive.in
Sunday, December 14, 2025
17.1 C
Bhubaneswar

୪୧.୭ ଡିଗ୍ରୀ ସହ ଭୁବନେଶ୍ବର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର : ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭୁତ ହେଉଛି। ଗ୍ରୀଷ୍ମ ପ୍ରବାହ, ଗୁଳୁଗୁଳି ଓ ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ତାତିରେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିଛି। ଅପରାହ୍ଣ ୨.୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୪୧.୭ଡିଗ୍ରୀ ରହିଛି। ୪୧.୨ ଡିଗ୍ରୀ ସହ ଭୁବନେଶ୍ବର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ସମ୍ବଲପୁର ୪୦.୨, ଚାନ୍ଦବାଲି ୪୦, ଝାରସୁଗୁଡ଼ା ୩୯.୫ ଡିଗ୍ରୀ ରହିଥିବା ସୂଚନା ମିଳିଛି।
ରାଜ୍ୟରେ ୩ ଦିନକାଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା ଏପ୍ରିଲ ୨୫ରୁ ୨୭ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏପ୍ରିଲ ୨୫ରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ସେହିପରି ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାବେଳେ ଏପ୍ରିଲ ୨୭ରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ, କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ରାଜ୍ୟର ଅଧିକାଂଶ ଜିଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିବ। ଆଗାମୀ ୨ ଦିନ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୨ରୁ୪ ଡିଗ୍ରୀ ତାତି ଅଧିକ ରହିବ। ପରବର୍ତ୍ତି ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ଅଧିକାଂଶ ଜିଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିବ।

- Advertisement -

ଏକ ସପ୍ତାହ ମଧ୍ୟରେ ବଲାଙ୍ଗୀର,ଅନୁଗୁଳ ଆଦି ସ୍ଥାନରେ ସର୍ବାଧିକ ତାପମାତ୍ରା ଅନୁଭବ ହେଉଥିବା ବେଳେ ଆଜି ଖରା ତାତିରେ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର। ମୁଣ୍ଡଫଟା ଖରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଦିନ ସାଢେ ୧୧ଟାରେ ସୁଦ୍ଧା ୪୦ ଡିଗ୍ରୀ ତାପମାତ୍ରା ଛୁଇଁଥିଲା ରାଜଧାନୀ। ଏହାପରେ ଅପରାହ୍ଣ ୨.୩୦ସୁଦ୍ଧା ୪୧.୭ ଡିଗ୍ରୀ ତାପମାତ୍ର ସହ ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହୋଇଛି ରାଜଧାନୀ ଭୁବନେଶ୍ୱର। ଖରା ପାଇଁ ସଭିଏଁ ଟ୍ରାଫିକ୍‍ ହେଉ ଅଥବା ରାସ୍ତାରେ ଛାଇ ପାଇବା ମାତ୍ରେ ଠିଆ ହୋଇ ପୁଣି ନିଜ କାର୍ଯ୍ୟରେ ଯାଉଛନ୍ତି। ଅସହ୍ୟ ଗରମ, ଗୁଳୁଗୁଳି, ଝାଞ୍ଜି ପବନ, ଅଘୋଷିତ ବିଦ୍ୟୁତ କାଟ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories