ରାଣୀପୁର ଝରିଆଲ ସୋମେଶ୍ଵର ମନ୍ଦିରର ଦାନ ବାକ୍ସ ଭାଙ୍ଗି ଚୋରି, ସିସିଟିଭି ଭଙ୍ଗାରୁଜା 

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ବହୁ ପୁରାତନ ଐତିହାସିକ ଚଉଷଠି ଯୋଗିନୀ ପୀଠ ରାଣୀପୁର ଝରିଆଲ ସ୍ଥିତ  ସୋମେଶ୍ଵର ମହାଦେବ ମନ୍ଦିରରୁ ଚୋରି ହୋଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ କେହି ଦୁବୃର୍ତ୍ତ ମୁଖ୍ୟ ଦ୍ବାର କବାଟରେ ଲାଗିଥିବା ତାଲା ଭାଙ୍ଗି ବାହାନ ବୃଷଭଙ୍କ ପଛପଟେ ଥିବା ଦାନ ପେଟିର ତାଲାକୁ ଭାଙ୍ଗି ସମସ୍ତ ଦାନ ଟଙ୍କା ପଇସା ମନ୍ଦିରରୁ  ଚୋରି କରିନେଇଛି। ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିବା ବେଳେ ହାର୍ଡ ଡିକ୍ସକୁ  ମଧ୍ୟ ଚୋରମାନେ ନେଇଯାଇଛନ୍ତି । ସକାଳୁ ମନ୍ଦିର ପୂଜାର୍ଚ୍ଚନା କରିବା ପାଇଁ ପୂଜକ ଦାୟିତ୍ବରେ ଥିବା ପ୍ରମୋଦ ତ୍ରିପାଠୀ ମନ୍ଦିରକୁ ପୂଜା କରିବାକୁ ଯାଇ ଦେଖିବାକୁ ପାଇଥିଲେ ମୁଖ୍ୟ ଦ୍ଵାରରେ ଲାଗିଥିବା ତାଲା ଭଙ୍ଗା ହୋଇ ପଡିଛି ତା ସାଙ୍ଗେ ଦାନ ପେଟିରେ ମଧ୍ୟ ଲାଗିଥିବା ତାଲା ଭଙ୍ଗା ଯାଇଛି। ଏହା ଦେଖି ସେ ତୁରନ୍ତ ମନ୍ଦିରର ମୁଖ୍ୟ ପୂଜକ ଜଗମୋହନ ତ୍ରିପାଠୀଙ୍କୁ ଫୋନ କରି ଅବଗତ କରାଇଥିଲେ। ତେବେ ଜଗମୋହନ ମନ୍ଦିର ପରିଚାଳନା କମିଟିର  ସଭାପତି ମାଣିକଲାଲ ଜୈନ, ଅନିଲ କୁମାର ତ୍ରିପାଠୀ, କ୍ଷୀର ସିନ୍ଧୁ ଭୋଇ, ଗୋପୀ ସାହୁଙ୍କ ସହ କମିଟି ସଦସ୍ୟ ପ୍ରମୁଖଙ୍କୁ ପୂଜକ ଫୋନ କରି ଜଣାଇଥିଲେ ।  ଚୋରି ହୋଇଥିବା ଘଟଣା ସମ୍ପର୍କରେ ଖବର ପାଇ ପୁଜା କମିଟି ସଦସ୍ୟ ମାନେ ମନ୍ଦିରରେ ପହଞ୍ଚି ସିନ୍ଧେକେଲା ପୋଲିସକୁ ସୂଚନା ଦେଇଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳୀକୁ ଯାଇ ତଦନ୍ତ ଆରମ୍ଭ କରିଛି।
prayash
ତେବେ ଏହି ରାଣୀପୁର ଝରିଆଲ ତୀର୍ଥ କ୍ଷେତ୍ରରେ ବିଗତ ଦିନରେ ମଧ୍ୟ ପଥର ଚଟାଣରେ ଲାଗିଥିବା କିଛି ହାଇମାକ୍ସ  ଲାଇଟ ଚୋରି ହୋଇ ଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ  ନିୟୋଜିତ ୪ ଜଣ ସୁରକ୍ଷା କର୍ମୀ ମୋଟା ଅଙ୍କର ଦରମା ନେଇ ନିୟମିତ ଡ୍ୟୁଟି କରୁନାହାନ୍ତି। ପୂର୍ବରୁ ୨୦୧୫ ମସିହାରେ ଚଉଷଠି ଯୋଗିନୀ ମନ୍ଦିରରୁ ୨ ଟି ଅର୍ଦ୍ଧ ପଥର ମୂର୍ତ୍ତୀ ଚୋରି ହୋଇଥିଲା, ସେହି ସ୍ଥାନରେ ସିମେଣ୍ଟର ଯୁଗଳ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ପ୍ରତ୍ନତତ୍ୱ ବିଭାଗର ଏକ ଟିମ୍ ପହଁଚି ସିମେଣ୍ଟ ମୂର୍ତ୍ତିକୁ ହଟେଇଥିଲେ। କିନ୍ତୁ ଅଦ୍ୟାବଧି ସୁରକ୍ଷା ବ୍ୟବସ୍ଥା ପ୍ରତି ଅବହେଳା ପ୍ରଦର୍ଶନ କରିବା ଚିନ୍ତାର କାରଣ ସାଜିଛି ।ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଏକ ପୁଲିସ ଫାଣ୍ଡି ସ୍ଥାପନ ପାଇଁ ମଧ୍ୟ ଦାବି ହୋଇ ଆସୁଛି। ସୋମେଶ୍ୱର ମନ୍ଦିର ଦାନବାକ୍ସରୁ ଦାନ ଟଙ୍କା ଚୋରି, ସିସି କ୍ୟାମେରା ଭଙ୍ଗାରୁଜା, ହାର୍ଡଡିସ୍କ ଚୋରି ହୋଇଥିବା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିଛି। ସନ୍ଧ୍ୟା ପରେ ମନ୍ଦିର ପରିସର ଜନଶୂନ୍ୟ ହେଉଥିବାରୁ ଆସମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି। ମଦ ବୋତଲ ଭାଙ୍ଗି ଅନେକ ସ୍ଥାନରେ ପଥର ଚଟାଣ ଉପରେ ମଧ୍ୟ  ଫିଙ୍ଗୁଥିବା ଦେଖିବାକୁ ମିଳିଛି।
kalyan agarbati

Comments are closed.