www.samajalive.in
Monday, December 15, 2025
17.1 C
Bhubaneswar

ବଲାଙ୍ଗିରର ପ୍ରଶାନ୍ତ ଦାଶଙ୍କୁ ପଶ୍ଚିମ ଓଡିଶାଶ୍ରୀ ସମ୍ମାନ

ବଲାଙ୍ଗିର: ରାଉରକେଲା ଠାରେ ଆୟୋଜିତ ହୋଇଯାଇଥିବା ପଶ୍ଚିମ ଓଡିଶା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରଶାନ୍ତ ଦାଶ ଶ୍ରେଷ୍ଠ ପ୍ରଦର୍ଶନ କରି ପଶ୍ଚିମ ଓଡିଶାଶ୍ରୀ ଟାଇଟଲ ଜିତିଛନ୍ତି। ସୁନ୍ଦରଗଡ ଆମେଚର ବଡି ବିଲଡର୍ସ ଆସୋସିଏସନ ଦ୍ୱାରା ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାରୁ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ୫୫ରୁ ୬୦ କେଜି ବର୍ଗରେ ବଲାଙ୍ଗିରର ଟିଟୁ ସ୍ୱାଇଁ, ୬୦ରୁ ୬୫ ବର୍ଗରେ ରାମଚନ୍ଦ୍ର ଖର୍ସେଲ, ୭୦ରୁ ୭୫ କେଜି ବର୍ଗରେ ପ୍ରଶାନ୍ତ ଦାଶ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଉପେନ ଜାଲ, ଦୀପକ ପରିଡା, କାଶି ବୁଦ୍ଧିଆ, ସାହିଲ ସ୍ୱାଇଁ, ରୋହନ ସୁନା ନିଜ ନିଜ ଗ୍ରୁପରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବଲାଙ୍ଗିରର ସମସ୍ତ ପ୍ରତିଯୋଗୀ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବା ଫଳରେ ବଲାଙ୍ଗିର ଗ୍ରୁପ ଚାମ୍ପିଅନ ହୋଇଥିଲା। ଏହି ପ୍ରତିଯୋଗିତାରେ ବଲାଙ୍ଗିର ଆମେଚର ବଡି ବିଲଡର୍ସ ଆସୋସିଏସନର ସଂପାଦକ ସଂଜୟ ଶତପଥୀ, ସଭ୍ୟ ରୂପକ କୁମାର ବରାଳ ବି·ରକ ଦାୟିତ୍ୱ ତୁଳାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories