୩ ରୁ ୪ ସପ୍ତାହ ପରେ ବଢିପାରେ କୋଭିଡ୍ ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର :  ରାଜ୍ୟରେ ଆସନ୍ତା ୩ ରୁ ୪ ସପ୍ତାହ ପରେ କୋଭିଡ୍ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଦିଲ୍ଲୀରେ ସଂକ୍ରମଣ ବଢୁଥିବାରୁ ବିପଦ  ରହିଛି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି। କେହି ଜଣେ ମଧ୍ୟ ଡ଼ାକ୍ତରଖାନାରେ ନାହାନ୍ତି । ରାଜ୍ୟ ସରକାର କୋଭିଡ  ସଂକ୍ରମଣ ରୋକିବା  ପାଇଁ ସବୁ ପ୍ରକାର ପଦ୍ଧତିକୁ ଆପଣାଇଛନ୍ତି। ଟୀକାକରଣକୁ ବ୍ୟାପକ କରାଯାଉଛି।
ସେ କହିଛନ୍ତି ରାଜ୍ୟ ସରକାର କରୋନା ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି । ସ୍ୱାସ୍ଥ୍ୟ ଭିତିଭୂମିକୁ ପ୍ରସ୍ତୁତ କରାଯାଇଛି । ତା’ ସହିତ ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ହୋଇଛି। ଯଦି ସଂକ୍ରମଣ ବଢେ ତାହାଲେ କୋଭିଡ୍ ହସପିଟାଲ ସବୁକୁ ତୁରନ୍ତ ଖୋଲାଯିବ। ସ୍ଥିତି ଉପରେ କଡ଼ା ନଜର ରଖିବାକୁ ସବୁ ଜିଲାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ। ଭିଡ଼ ସ୍ଥାନରେ ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ଦରକାର ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

kalyan agarbati

Comments are closed.