www.samajalive.in
Monday, December 15, 2025
24.1 C
Bhubaneswar

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଳିତ ହେଲା ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ

ଶୀତ ଋତୁ ଆସିଲେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥାଏ। ଛାତ୍ରଛାତ୍ରୀମାନଙ୍କୁ ପକ୍ଷୀଙ୍କ ବିଷୟରେ ଅବଗତ କରାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କଳାହାଣ୍ଡି ଜିଲା ଦକ୍ଷିଣବନାଞ୍ଚଳ ଅଧିନସ୍ତ କଲମପୁର ବନପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦର୍ଶ ବିଦ୍ୟାଳୟରେ ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି। ଏହି ଅବସରରେ କଲମପୁର ବନପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପକ୍ଷୀମାନଙ୍କ ବିଷୟରେ ଅବଗତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କଲମପୁର ବନପାଳ ଏକାଦଶୀ ନାଏକ ଏବଂ ବନବିଭାଗ କର୍ମଚାରୀମାନେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ନାମ ଗଣନା ସହିତ ପରିବେଶ ପ୍ରତି ପକ୍ଷୀଙ୍କ ଅବଦାନ ନେଇ ବିସ୍ତୃତ ବର୍ଣ୍ଣନା କରିଥିଲେ। ଏଥିସହ ସେମାନେ ନିକଟରେ ଥିବା ପୋଖରୀ ପାଖକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ବୁଝାଇଥିଲେ। ଏଥିରେ ବନରକ୍ଷକ ସୁହାଗ ରଞ୍ଜନ ପଣ୍ଡା, ସୁଧାଂଶୁ ସାହୁ, ସୁଚିତ୍ର ପ୍ରଧାନ, ରଞ୍ଜିତା ଖାଡିଆ, ରବି ମିଶ୍ର ଉପସ୍ଥିତ ରହିଥିବା ବେଳେ ମାଧବ ମାଝି, କୌଶିକ କଁଟା, ମିଳନ ମାଝି ସହଯୋଗ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories