ପାଟଣାଗଡରେ ଜବରଦଖଲକାରୀ ଦୋକାନୀଙ୍କଠାରୁ ଜରିମାନା ଆଦାୟ
ପାଟଣାଗଡ: ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୁଖ୍ୟ ରାସ୍ତାକୁ ଅବରୋଧ କରି ଘର ତିଆରି କରାଯାଇଥିବାରୁ ତତ୍କାଳୀନ ଉପ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି ଓ ଏସଡିପିଓ ସୁନୀଲ ଯୋଶୀଙ୍କ ନେତୃତ୍ୱରେ ବ୍ୟାପକ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସରକାରୀ ଜାଗାରେ ପ୍ରତିଷ୍ଠିତ ଲୋକେ ଘର ନିର୍ମାଣ କରିଥିବାରୁ ମୁହଁ ନଚାହିଁ ସିଧାସଳଖ ଜେସିବି ଲଗାଇ ଭାଙ୍ଗି ଦିଆଯାଇଥିଲା। କିଛି ବର୍ଷ ହେଲା ପୁଣି ଜବରଦଖଲ କରି ରାସ୍ତାକୁ ମାଡି ବସିବା ଏକ ଅଭ୍ୟାସରେ ପରିଣତ ହୋଇଛି। ଟ୍ରାଫିକ ସମସ୍ୟା ମୁଣ୍ଡ ଟେକିଛି। ତେଣୁ ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଗୌରହରି ମହନ୍ତଙ୍କ ନେତୃତ୍ୱରେ ଏକ ଦଳ ପୁଲିସ ସହାୟତାରେ ମୁଖ୍ୟ ରାସ୍ତା ପାର୍ଶ୍ବରେ ଜବରଦଖଲ କରିଥିବା ଦୋକାନୀଙ୍କଠାରୁ ୯ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଜବରଦଖଲ ନକରିବାକୁ ଚେତାବନୀ ଦେଇଛନ୍ତି। ପୁଣି ଜବରଦଖଲ କରୁଥିବା ଦେଖିଲେ ଆଗକୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଏହି ଉଚ୍ଛେଦ ପ୍ରକ୍ରିୟାରେ ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନ, ଅନ୍ୟ ପୁଲିସ ଓ ଏନ୍ଏସି କର୍ମଚାରୀମାନେ ଉପସ୍ଥିତ ଥିଲେ।
Comments are closed.