www.samajalive.in
Sunday, December 14, 2025
17.1 C
Bhubaneswar

ଧାମରା ଅଞ୍ଚଳରେ ଶିକ୍ଷା ସଚେତନତା ରଥ, ସଭିଏ ପଢନ୍ତୁ ସଭିଏ ବଢନ୍ତୁ

ଧାମରା: ଚାନ୍ଦବାଲି ବ୍ଲକ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟରୁ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ସହକାରୀ ଜିଲା ଶିକ୍ଷାଧିକାରୀ ପ୍ରଣୟ କୁମାର ନାୟକ, ବିଆରସିସି କମଳାକାନ୍ତ ନାୟକଙ୍କ ତତ୍ତ୍ବାବଧାନରେ ଧାମରା ଅଞ୍ଚଳରେ ଏହି ରଥକୁ କରଞ୍ଜମାଳ ସିଆରସିସି ଅନୁପ କୁମାର ଦାସ, ଦୋସିଙ୍ଗା ସିଆରସିସି ଧନପତି ମାନ୍ନା, କରଣପଲ୍ଲୀ ସିଆରସିସି ଗୋରାଚାନ୍ଦ ମାଝୀ, ଧାମରା ସିଆରସିସି ଅଭିମନ୍ୟୁ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଦୀର୍ଘ ୨ବର୍ଷର କରୋନା କଟକଣା ପରେ ବିଦ୍ୟାଳୟ ଉପସ୍ଥାନ ଶତ ପ୍ରତିଶତ କରାଇବା, ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଏହି କାର୍ଯ୍ୟକ୍ରମର ଉଦେଶ୍ୟ ବୋଲି ସିଆରସିସି ଅନୁପ କୁମାର ଦାସ ସୂଚନା ଦେଇଥିଲେ। ଏହି ଅଭିଯାନରେ ବ୍ଲକ ଶିକ୍ଷା ବିଭାଗର ସମସ୍ତ କର୍ମକର୍ତ୍ତାଙ୍କ ସହିତ ଏବିଇଓ କୁନ୍ଦଲତା ମିଶ୍ର, ଅନୀତା ମିଶ୍ର ମଧ୍ୟ ସାମିଲ ଥିଲେ। ଏହି ରଥ ଦୋସିଙ୍ଗା ଉଚ୍ଚ ବିଦ୍ୟାପୀଠରେ ପହଂଚିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏହି ରଥକୁ ସ୍ୱାଗତ କରାଯିବା ସହ କିପରି ସର୍ବସାଧାରଣ ମାନଙ୍କୁ ସଚେତନା କରାଯିବ ସେଥିପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁକୁମାର ଜେନା ମୁଖ୍ୟ ପୁରୋଧା ସାଜିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଷ୍ନୁ ପଦ ମାଇତି,ଏସଏମସି ଚେୟାରମେନ ମମତା ବାଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ପରେ ଏହି ରଥ ଧାମରା କ୍ଲଷ୍ଟର ଏବଂ କରଣପଲ୍ଲୀ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ପରିକ୍ରମା କରିବା ଧାମରା ଅଂଚଳର ସମସ୍ତ ଜନସାଧାରଣଙ୍କ ସଚେତନତା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ ରାଉତ, ପ୍ରାଣକୃଷ୍ଣ ଓଝା, ରବୀନ୍ଦ୍ର ଦଳେଇ, ମାନିକ ଦାସ, ବନବିହାରୀ ସିଂ, ବଳରାମ ଦାସ, ରାଜେନ୍ଦ୍ର ରାଉଳ, ବିକାଶ ମାଳି, ରଞ୍ଜିତ ଜେନା, ତ୍ରିନାଥ ସାହୁ, ଜୟନ୍ତୀମଣି ପରିଡା, କମଳିନୀ ଦାସ, କାମିନୀଲତା ବଳ, ଅର୍ଣ୍ଣପୂର୍ଣ୍ଣା ମହାରଣା, ସସ୍ମିତା ଦୁଆରୀ, ମମତା ମଞ୍ଜରୀ ମଳିକ ପ୍ରମୁଖ ଉହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories