www.samajalive.in
Sunday, December 14, 2025
26.1 C
Bhubaneswar

ତାତିଲେ ଲୋକେ, ତାଡିଦେଲେ ମହୁଲଡିହା ଥାନା ହମ୍ପସ

ଠାକୁରମୁଣ୍ଡା: ମହୁଲଡିହା ଥାନା ସମ୍ମୁଖରେ ପୂର୍ତ୍ତ ବିଭାଗ ରାସ୍ତାର ଥାନା ସାମନାରେ ମନ୍ଦ ଉଦ୍ଦେଶ୍ୟ ରଖି କରିଥିବା ହମ୍ପସ ଶୁକ୍ରବାର ସ୍ଥାନୀୟ ଲୋକ ହଟେଇ ଦେଇଛନ୍ତି। ଏହା ବେଆଇନ ନିର୍ମାଣ ଏବଂ ହମ୍ପସ ନିୟମ କାନୁନରେ ହୋଇ ନଥିବାରୁ ଏବଂ ସେଥିପାଇଁ ହମ୍ପସ ପୁର୍ବରୁ ମାର୍କିଙ୍ଗ ନଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ବଢୁଥିଲା। ଏଥିପାଇଁ ଲୋକଙ୍କ ଅସନ୍ତୋଷ ବଢୁଥିଲା। ଶେଷରେ ଶୁକ୍ରବାର ସ୍ଥାନୀୟ ଜନସାଧାରଣ ଥାନା ସମ୍ମୁଖ ରାସ୍ତାରୁ ହମ୍ପସ ଉଛେଦ କରିଛନ୍ତି। କେବଳ ମହୁଲଡିହା ନୁହେଁ, ଠାକୁରମୁଣ୍ଡା – କରଞ୍ଜିଆ ରାସ୍ତାରେ ଅନେକ ବେଆଇନ ହମ୍ପସ ଲୋକଙ୍କ ପାଇଁ କାଳ ହେଉଛି।

ଠାକୁରମୁଣ୍ଡା ବଜାର ରୁଗୁଡ଼ିବେଡା ନିକଟରେ ଗଛ ଛାଇରେ ଥିବା ହମ୍ପସ ନୂଆ ଲୋକ ଜାଣି ନପାରି ପଡୁଛନ୍ତି। ସେମିତି ଅନେକ ହମ୍ପସ ନିର୍ମାଣ ହୋଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଆଖି ବୁଜି ଦେଇଛି। ବିଭାଗ ତାର ଦାୟିତ୍ୱକୁ ଭୁଲି ଯାଇଛି। ଉଚ୍ଚଅଧିକାରୀ ରାସ୍ତାରେ ଯାଉଥିଲେ ମଧ୍ୟ ଏଭଳି ବେଆଇନ ହମ୍ପସ ଉଠାଇବା ଦିଗରେ କୌଣସି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିନାହିଁ। ଅନ୍ୟ ପକ୍ଷରେ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ, ‘ଥାନା ଆମକୁ ନ ପଚାରି ହମ୍ପସ କରିଛି’ ଏବଂ ଅନ୍ୟ ହମ୍ପସଗୁଡିକୁ ମଧ୍ୟ ମୁଁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଛନ୍ତି। ବର୍ଷ ବର୍ଷ ଧରି ହମ୍ପସରେ ଲୋକ ପଡୁଥିଲେ ମଧ୍ୟ ନିୟମ ନଥିବା ସତ୍ୱେ ରାସ୍ତାରୁ ହମ୍ପସ ହଟୁନାହିଁ ବୋଲି ଜନସାଧାରଣ ଦାବି କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories