ଲାଞ୍ଜିଗଡ଼: ଗୁରୁବାର ରାତିରେ ପ୍ରବଳ ଝଡତୋଫାନ ସହିତ କାଳବୈଶାଖୀ ଯୋଗୁଁ ଲାଞ୍ଜିଗଡ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜଗନ୍ନାଥପୁର ଓ ବଳଭଦ୍ରପୁର ଗାଁରେ ରାସ୍ତା ଉପରେ ବଡବଡ ଗଛ ପଡିଯିବାରୁ ଲାଞ୍ଜିଗଡରୁ ବିଜେପୁର ସଂଯୋଗ କରୁଥିବା ରାସ୍ତା ଦୀର୍ଘ ସମୟ ଯାଏଁ ଅବରୋଧ ହୋଇ ରହିଥିଲା। ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ପକ୍ଷରୁ ଇନ୍ସପେକ୍ଟର ମନୋରଞ୍ଜନ ପାଢୀଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗଛକାଟି ରାସ୍ତା ଅବରୋଧ ହଟାଇଥିଲେ। ଫଳରେ ଏହି ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।
Popular Categories



