www.samajalive.in
Sunday, December 14, 2025
23.1 C
Bhubaneswar

ବିବାହ ଶୋଭାଯାତ୍ରାରେ ଗଣ୍ଡଗୋଳ, କଟୁରୀ ଚୋଟରେ ଟେଣ୍ଟ ମାଲିକ ମୃତ

ପୁରୀ/ଗୋପ: ବିବାହ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟି କଟୁରୀ ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗୋପ ଥାନା ଅନ୍ତର୍ଗତ ବାଲି କନ୍ଦଳ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ପପୁ ପ୍ରଧାନ (୨୯) ଏବଂ ସେ ଟେଣ୍ଟ ମାଲିକ ବୋଲି ଜଣାପଡିଛି। ତାଙ୍କ ଘର ଏରବଙ୍ଗ ଗ୍ରାମରେ। ଗୋପ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡି.ଜେ ଗାଡ଼ି ସହ ଅଭିଯୁକ୍ତ ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇଛନ୍ତି।

ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମରେ ଉତେଜନା ପ୍ରକାଶ ପାଇଛି। ଅଭିଯୁକ୍ତକୁ ଗିରଫ ଦାବିକରି ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି। ଜଣେ ପୁଲିସ କର୍ମଚାରୀ ହିମାଂଶୁ ମୁଦୁଲିଙ୍କ ଝିଅ ବିବାହରେ ଏଭଳି ହତ୍ୟାକାଣ୍ଡ ଘଟିଛି। ବିବାହ ଶୋଭାଯାତ୍ରାରେ ନିମାପଡ଼ା ଅଞ୍ଚଳର ଡି.ଜେ ବାଜା ଭଡ଼ାରେ ଆସିଥିଲା। ଡେକୋରେସନ କନା ଚିରାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଏକ କଟୁରିରେ ପପୁଙ୍କ ବେକକୁ ଆକ୍ରମଣ କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories