www.samajalive.in
Wednesday, December 10, 2025
16.1 C
Bhubaneswar

ଗିରଫ ହେଲେ ଅଭିନେତା ଏମ ସୁମନ କୁମାର

ଭୁବନେଶ୍ବର: ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ତଥା ମିଲନ ମହାରଣା ଗିରଫ ହୋଇଛି। ଜଣେ ଅଭିନେତ୍ରୀଙ୍କଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି। ଦୁଇ ବର୍ଷ ହେଲା ‘ଲିଭ-ଇନ-ରିଲେସନସିପ’ ସମ୍ପର୍କରେ ଏକାଠି ଦୁଇବର୍ଷ ରହିବା ପରେ ତାଙ୍କୁ ବିବାହ ପାଇଁ ମନା କରିଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଏହାପରେ ଅଭିନେତା ଏମ ସୁମନ କୁମାରଙ୍କୁ ପୁଲିସ ଗିରଫ କରିଛି।

ଆଜି ଅଭିନେତ୍ରୀ ଜଣକ ପାହାଳ ଥାନାରେ ପହଞ୍ଚି ତାଙ୍କୁ ‘ଲିଭ-ଇନ-ରିଲେସନସିପି’ରେ ରହି ପ୍ରେମ ସମ୍ପର୍କ ରଖିବା ପରେ ଅଭିନେତା ଏମ. ସୁମନ କୁମାର ବିବାହ ପାଇଁ ମନା କରିଦେଇଥିବା ଅଭିଯୋଗ କରିଥିଲେ। ଅଭିନେତ୍ରୀଙ୍କ ଅଭିଯୋଗକୁ ଆଧାର କରି ପାହାଳ ପୁଲିସ ସୁମନ କୁମାରଙ୍କୁ ଗିରଫ କରିଥିଲା।
ଅଭିନେତା ଏମ ସୁମନ କୁମାର ଏକାଧିକ ଓଡିଆ ସିରିଏଲରେ ଅଭିନୟ କରିଛନ୍ତି। ହେଲେ ଗତ କିଛି ଦିନ ହେଲା ସେ ଜଣେ ଅଭିନେତ୍ରୀଙ୍କୁ ପ୍ରେମ କରୁଥିଲେ, ହେଲେ ଏବେ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସମ୍ପୃକ୍ତ ଅଭିନେତ୍ରୀ ଜଣକ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ। ପାହାଳ ପୁଲିସ ଯୁବତୀଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ ତାଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ୩୨୦ ଓ ୩୨୬ ଦଫାରେ ମାମଲା ରୁଜୁ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories