www.samajalive.in
Monday, December 8, 2025
27.1 C
Bhubaneswar

୫୩ ନଂ ଚାରିଥାକିଆ ରାସ୍ତା ଉପରେ ଟ୍ରକ୍ ପାର୍କିଂ; ପ୍ରଶାସନ ନୀରବଦ୍ରଷ୍ଟା

ରେଙ୍ଗାଲିକେମ୍ପ: ୧୨ଟି ୱାର୍ଡକୁ ନେଇ ଗଠିତ ଅତାବିରା ଏନ୍ଏସି । ୫୩ ନଂ ଅସମ୍ପୂର୍ଣ୍ଣ ଜାତୀୟ ରାଜପଥ ଉପରେ ଦୀର୍ଘ ବର୍ଷ ହେଲା ଟ୍ରକଗୁଡ଼ିକ ପାର୍କିଂ କରିଆସୁଛନ୍ତି। ଗୋଟିଏ ପଟେ ରାସ୍ତା ସମ୍ପୂର୍ଣ୍ଣ ହୋଇପାରିନାହିଁ, ଅନେକ ସ୍ଥାନରେ ଖାଲ ଖମା ସହ ଲାଦରପାଲି ଛକରେ ଲୁହା ରଡ଼ଗୁଡ଼ିକ ରାସ୍ତା ଉପରେ ଦଣ୍ଡାୟମାନ ହୋଇ ପଡ଼ିରହିଛି। ଯାହାକି ଅଞ୍ଚଳ ପାଇଁ ବିପଦ ସାଜିଛି। ରେଙ୍ଗାଲିକେମ୍ପ ଛକରୁ ଆରମ୍ଭ କରି ଆନ୍ଧ୍ର କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଅଣାୟତ୍ତ। ଏନ୍ଏସିର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ଵାରା ଭଡା ଅସୁଲି ତଥା ସ୍ବାର୍ଥ ଲାଳସା ଯୋଗୁଁ ଅସମ୍ପୂର୍ଣ୍ଣ ସର୍ଭିସ୍ ରାସ୍ତା ଉପରେ ପାର୍କିଂ ବ୍ୟବସ୍ଥା, ଏଣେତେଣେ ଗାଡ଼ି ମଟର ରଖିଦେଉଥିବା, ରାସ୍ତା ଉପରେ ଗେଟି, ବାଲି ଆଦି ପକାଇ ରଖୁଥିବା, ଭାରିଯାନଗୁଡ଼ିକ ରଖିବା ସହ ଗ୍ୟାରେଜ କରି ରାସ୍ତାକୁ ଅକ୍ତିଆର କରିନେଇଛନ୍ତି। ସରକାରୀ ଡ୍ରେନ ଉପରେ ଦୋକାନ ଘର, ମଦଭାଟି, ନିର୍ମାଣ କରିଦେଇଛନ୍ତି। ଫଳରେ ରାସ୍ତା ମରାମତି, ଡ୍ରେନ ସଫେଇ ହୋଇ ପାରୁନାହିଁ। ସରକାରୀ ସ୍ଥାନରେ ଲୋକେ ଦୋକାନ ଘର ନିର୍ମାଣ କରି ଭଡା ଆଦାୟ କରୁଥିବା ମଧ୍ୟ ନଜରକୁ ଆସିଛି। ବାରମ୍ବାର ଲୋକଙ୍କ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଯାଏଁ ଏନଏସି କିମ୍ବା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଉ ନଥିବା ରହସ୍ୟ କ’ଣ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଏହି ଜବର ଦାଖଲ ପାଇଁ ଛୋଟ ମୋଟ ଦୁର୍ଘଟଣାଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ହେଉଛି । ଲାଦରପାଳି ଛକ ନିକଟ ବରଗଡ଼ ସମ୍ବଲପୁର ରାସ୍ତା ପାର୍ଶ୍ଵରେ ଭାରି ଟ୍ରକଗୁଡ଼ିକ ପ୍ରତିଦିନ ପାର୍କିଂ କରାଯାଉଛି। ଫଳରେ ପଦଚାରୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ଦେଇ ଲାଦେର ପାଲି ହାଇସ୍କୁଲ, ସେବାଶ୍ରମ ସ୍କୁଲ୍, ଶ୍ରୀଅରବିନ୍ଦ ସ୍କୁଲ୍, ଅତାବିରା କଲେଜ, ଭାରତୀୟ ଖାଦ୍ୟ ନିଗମ, ରେଜିଷ୍ଟ୍ରି ଅଫିସ, ଖେଳ ପଡ଼ିଆ ଆଦିକୁ ଯିବା ପାଇଁ ରାତି ପାହିଲେ ଚିନ୍ତା ମାଡ଼ୁଛି। ଟ୍ରକ୍ ପାର୍କିଂ ହଟାଇବାକୁ ତଥା ଏହି ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ନେଇ ବରିଷ୍ଠ ନାଗରିକ, ଅଭିଭାବକ ତଥା ଜନସାଧାରଣ ଅଭିଯୋଗ କରି ଆସୁଥିଲେ ମଧ୍ୟ ଅବସ୍ଥା ଯାହାକୁ ତାହା ହୋଇରହିଛି। ପ୍ରଶାସନ ସହ ଏନ୍ଏସି ମଧ୍ୟ ଚୁପ୍ ମାରି ବସି ରହିବା ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଆଗାମୀ ଦିନରେ ହୁଏତ ଏଥିପାଇଁ ଆନ୍ଦୋଳନ କରି ସ୍ୱର ଉତ୍ତୋଳନ କରିବେ ବୋଲି ଜନ ସାଧାରଣ ଚେତାବନୀ ଦେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories