www.samajalive.in
Monday, December 8, 2025
14.1 C
Bhubaneswar

ଆଦିବାସୀ ଜନଜାତି ସୁରକ୍ଷା ମଞ୍ଚର ବିଶାଳ ଶୋଭାଯାତ୍ରା ଓ ସମାବେଶ

ମୋହନା: ଗଜପତି ଜିଲ୍ଲା ଆଦିବାସୀ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ରା.ଉଦୟଗିରିଠାରେ ବିଶାଳ ଶୋଭାଯାତ୍ରା ସହ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଥାନା ଅନ୍ତର୍ଗତ ଶବରପଲ୍ଲୀ ଗ୍ରାମଠାରୁ ଆଦିବାସୀ ସୁରକ୍ଷା ମଞ୍ଚର ହଜାର ହଜାର ମହିଳା ପୁରୁଷମାନେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଓ ନୃତ୍ୟ ସହ ହାତରେ ପ୍ଲାକାର୍ଡ ଧରି ଧର୍ମ ସଂସ୍କୃତି ଯଦି ଛାଡିବ, ଆଦିବାସୀ କୋଟା କାହୁଁ ପାଇବ, ଧର୍ମ ସଂସ୍କୃତି ପରମ୍ପରା, ଜନଜାତିଙ୍କ ମୁଖ୍ୟ ଧାରା, ସତ ଆଦିବାସୀ ପାଏ ଗୋଟିଏ ଲାଭ, ବିଧର୍ମୀ ପାଉଛି ଦୁଇଟି ଲାଭ ଏଭଳି ନାରାବାଜି କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ସାଧାରଣ ସଭାରେ ମାର୍ଗ ଦର୍ଶକ ରାଘବ ନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀକାନ୍ତ ଦାଶ, ମୁଖ୍ୟବକ୍ତା ଚିତରଞ୍ଜନ ପଣ୍ଡା ଓ ସମ୍ମାନୀତ ଅତିଥି ଭାବେ ନୀଳମାଧବ ନାୟକ, ଝାମ୍ପୁରା ରାଇତ, ଅଶୋକ ରଣଜିତ, ଜୁରିଆ ଜାନୀ, ନାରାୟଣ ରଇତ, ବିଜୟ ମଳିକ ଯୋଗ ଦେଇ ଆଦିବାସୀ ଜନଜାତିଙ୍କ ଧର୍ମାନ୍ତରୀକରଣକୁ ବିରୋଧ କରିବା ସହ ଆଦିବାସୀ ଜନଜାତିମାନେ ଖ୍ରୀଷ୍ଟ ଧର୍ମରେ ଧର୍ମାନ୍ତରିତ ହେବା ପରେ ସରକାରଙ୍କ ତରଫରୁ ବିଭିନ୍ନ ସଂରକ୍ଷଣ ସୁବିଧା ପାଉଛନ୍ତି। ତେଣୁ ଧର୍ମାନ୍ତରୀତ ଆଦିବାସୀ ଜନ ଜାତିମାନଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦେବା ଓ ପ୍ରକୃତ ଜନଜାତିର ଲୋକମାନଙ୍କ ବିଭିନ୍ନ ସରକାରୀ ସୁବିଧାକୁ ଅବୈଧ ଆଦିବାସୀମାନେ ଲୁଣ୍ଠନ କରୁଛନ୍ତି ସେମାନଙ୍କୁ ଜନଜାତି ତାଲିକାରୁ ବାଦ ଦେବାକୁ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏହି ଦାବି ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ସ୍ମାରକପତ୍ର ପ୍ରେରଣ କରିଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories