www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ବାତ୍ୟାର ରୂପ ନେବ ଫେଙ୍ଗାଲ: ତାମିଲନାଡୁରେ ବର୍ଷା ଜାରି

ନୂଆଦିଲ୍ଲୀ : ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ। ଏବେ ଏହା ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହୋଇ ରହିଛି। ୩୦ ତାରିଖ ସକାଳ ସୁଦ୍ଧା ମହାବଳିପୁରମ ଓ କୋଡାଇକେନାଲ ମଧ୍ୟରେ ଉତ୍ତର ତାମିଲନାଡ଼ୁ ପୁଡ଼ୁଚେରୀ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ସମୟରେ ପବନ ର ବେଗ ୬୦ରୁ ୭୦ କିଲୋମିଟର ରହିପାରେ। ଇତିମଧ୍ୟରେ ତାମିଲନାଡୁ ଉପକୂଳରେ  ବର୍ଷା ଆରମ୍ଭ ହୋଇଯାଇଛି।  ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ ସମେତ ଅନେକ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ବର୍ଷା ଯୋଗୁଁ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ତେଣୁ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories