www.samajalive.in
Saturday, December 6, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ: ଯୁବତୀଙ୍କ ଭାରତନାଟ୍ଟ୍ୟମ ଦେଖି ନାଚିଲା ହାତୀ

ସମାଜ ଡିଜିଟାଲ ଡେସ୍କ: ଇଣ୍ଟରନେଟରେ ଅନେକ ସମୟରେ ବିଭିନ୍ନ ବନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ହିଂସ୍ର ଆଚରଣ ହେଉ ଅବା କୌତୁକିଆ ଅନ୍ଦାଜ, ଏହା ଲୋକଙ୍କର ବେଶ୍‌ ମନୋରଞ୍ଜନ କରିଥାଏ। ବର୍ତ୍ତମାନ ସମୟରେ ଇଣ୍ଟରନେଟରେ ଏମିତି ଏକ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ଦେଖିବାକୁ ମିଳିଛି ଦୁଇ ଜଣ ଯୁବତୀ ଭାରତନାଟ୍ଟ୍ୟମ ନୃତ୍ୟ କରୁଛନ୍ତି। ସେମାନଙ୍କ ପଛରେ ଛିଡ଼ା ହୋଇଥିବା ଏକ ହାତୀ ସେମାନଙ୍କୁ ଦେଖି ନାଚିବାରେ ଲାଗୁଛି। ଯୁବତୀ ଦ୍ଵୟଙ୍କ ନୃତ୍ୟର ତାଳେ ତାଳେ ହାତୀ ବି ନୃତ୍ୟ କରୁଛି। ଏହି ଦୃଶ୍ୟ ବେଶ ମନୋରମ ହୋଇଛି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏହାକୁ ଜଣେ ବ୍ୟକ୍ତି ଶେୟାର କରିଛନ୍ତି। ଏହାକୁ ଲକ୍ଷାଧିକ ଲୋକ ଦେଖିବା ସହିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଭାରତୀୟ ବନସେବା ଅଧିକାରୀ ପ୍ରବୀଣ କାସଓ୍ବାନ ଭିଡିଓକୁ ଦେଖି ନିଜର ପ୍ରତିକ୍ରିୟାରେ କହିଚନ୍ତି, ଭିଡିଓରେ ଯେଉଁ ହାତୀଟି ନାଚୁଛି, ସେଥିରୁ ଅନ୍ୟ କିଛି ସଙ୍କେତ ମିଳୁଛି। ଡାତୀ ଏପରି ନାଚିବାର ଅର୍ଥ ହେଉଛି ସେ ଉତ୍ତେଜିତ ରହିଛି ଏବଂ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ତେବେ ନାଚୁଥିବା ହାତୀଟି ମହିଳାଙ୍କ ପଛରେ ଏକ ଖମ୍ବରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି।

- Advertisement -

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories