କଲ୍ୟାଣସିଂହପୁର : ଶିକ୍ଷା ବିଭାଗର ଅଜବ ନୀତି କେଉଁ ବିଦ୍ୟାଳୟରେ ଗୁଡ଼ାଏ ଛାତ୍ରଛାତ୍ରୀକୁ ଗୋଟିଏ ଶିକ୍ଷକ ତ କୋଉଠି ଗୋଟିଏ ଛାତ୍ରକୁ ପଢ଼ାଉଛନ୍ତି ଦୁଇଟି ଶିକ୍ଷକ। ଏମିତି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତର କ୍ରୀଷ୍ଣାପାତ୍ରଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ପାଇଁ ପୁଳା ପୁଳା ଅର୍ଥ ଖର୍ଚ୍ଚ କରାଯାଇ ଶିକ୍ଷାର ବିକାଶ କରା ଯାଉଥିବା ବେଳେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଏହି ବ୍ଲକର କରପା ପଞ୍ଚାୟତର କ୍ରିଷ୍ଣା ପାତ୍ରଗୁଡା ପ୍ରାଥମିକ ବିଦ୍ୟାଳୟରେ।
ଡିସେମ୍ବରରେ ୪ ଗ୍ରହଙ୍କ ଚଳନ, ଏହି ରାଶି ହେବେ ଭାଗ୍ୟଶାଳୀ, ବଢିବ ଧନ, ନୂଆ ଚାକିରି ସହ ରହିଛି ବିବାହ ଯୋଗ..
ସୂଚନା ଅନୁଯାୟୀ ଏହି ବିଦ୍ୟାଳୟ ସର୍ବ ପୁରାତନ ବିଦ୍ୟାଳୟ ୧୯୫୩ ମସିହାରେ ସ୍ଥାପନ ହୋଇଥିଲା। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ପିଲା ସଂଖ୍ୟା ମାତ୍ର ଏକ। ଗ୍ରାମରେ ପ୍ରାୟ ୪୩ ପରିବାର ବସବାସ କରୁଛନ୍ତି।ଗ୍ରାମବାସୀ କହିବା ଅନୁଯାୟୀ ଏହି ବିଦ୍ୟାଳୟରେ ଭଲ ପାଠ ପଢା ହେଉନାହିଁ ତେଣୁ ଏହି ଗ୍ରାମର ଛାତ୍ରଛାତ୍ରୀ ମାନଙ୍କୁ ସେବାଶ୍ରମ ମାନଙ୍କରେ ପଢିବା ସହ ରହିବା ଖାଇବା ସୁବିଧା ରହୁଥିବାରୁ ବାଧ୍ୟ ହୋଇ ଛାଡ଼ୁଛୁ ବୋଲି ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ତ୍ରିନାଥ ଭଟଦରାକୁ ଦୁଇକ ପଣକିଆ ପଚାରିବାରୁ ଜାଣି ନ ଥିବା ଛାତ୍ର ପ୍ରକାଶ କରିଛନ୍ତି। ଉକ୍ତ ବିଦ୍ୟାଳୟରେ ଦୁଇଟି ଶିକ୍ଷକ ପ୍ରଧାନ ଶିକ୍ଷକ ସୁଶାନ୍ତ ପେଣ୍ଠଇ ଓ ସୁରେନ୍ଦ୍ର ନାଥ ଖଣ୍ଡେଇ ରହିଛନ୍ତି। ଅଙ୍ଗନୱାଡି କେନ୍ଦ୍ରରେ ୧୩ଟି ବାଳକ ବାଳିକା ରହୁଛନ୍ତି। ପାଞ୍ଚ ବର୍ଷ ହେବା ପରେ ଅନ୍ୟ କୌଣସି ବିଦ୍ୟାଳୟରେ ଛାଡ଼ୁଛନ୍ତି। ଉକ୍ତ ବିଦ୍ୟାଳୟର ଛାତ୍ରକୁ ନିକଟସ୍ଥ ପେଟିଲିଗୁଡାରେ ଥିବା ଉପର ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରି ସେହି ଠାରେ ନିଯୁକ୍ତି ଥିବା ଦୁଇ ଶିକ୍ଷକଙ୍କୁ ଯେଉଁ ବିଦ୍ୟାଳୟରେ ଶିକ୍ଷକ ମରୁଡି ରହିଛି ସେହି ବିଦ୍ୟାଳୟରେ ନିୟୋଜିତ କଲେ ଭଲ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଦେଖନ୍ତୁ ଭିଡିଓ; ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ, ପ୍ରଶଂସକ କାବା !
ଏହି ବିଦ୍ୟାଳୟ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମ ନଜରରେ ଅଛି କିନ୍ତୁ ସେହି ବିଦ୍ୟାଳୟକୁ ବନ୍ଦ କରିହେବ ନାହିଁ। ଚେଷ୍ଟା କରୁଛି ଆମ ଉପର ଅଧିକାରୀଙ୍କୁ ପଚାରି ଶିକ୍ଷକଙ୍କୁ ଅଦଳ ବଦଳ କରିବୁ ବୋଲି ପ୍ରକାଶ କରିଛନ୍ତି।



