www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ; ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ, ପ୍ରଶଂସକ କାବା !

ନୂଆଦିଲ୍ଲୀ : ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ନିଜର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଥାଆନ୍ତି । ଗତ କିଛି ଦିନ ଧରି ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେଉଛି । ଯାହାକୁ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ପୁଣି ଥରେ ଛାଡପତ୍ରକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା..


ଅଭିନେତ୍ରୀ ଦୁବାଇରେ ଆୟୋଜିତ ଗ୍ଲୋବାଲ ୱିମେନ୍‌ ଫୋରମରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଏପରି କିଛି ଘଟିଥିଲା ଯାହା ସୋସିଆଲ ମିଡିଆରେ ଆଲୋଚନାର ବାତାବରଣ ସୃଷ୍ଟି କରିଥିଲା। ଐଶ୍ୱର୍ଯ୍ୟାଙ୍କ ନାମରେ ‘ବଚ୍ଚନ’ ସାଙ୍ଗିଆ ଦେଖାଯାଇନଥିଲା । ଏହା ସମସ୍ତ ପ୍ରଶଂସକଙ୍କୁ ଆଶ୍ୱର୍ଯ୍ୟ କରିବା ସହ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଏହା କାହିଁକି ହେଲା? ଏହା କେବଳ ଏକ ସଂକେତ ଥିଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି..

ଡିସେମ୍ବରରେ ୪ ଗ୍ରହଙ୍କ ଚଳନ, ଏହି ରାଶି ହେବେ ଭାଗ୍ୟଶାଳୀ, ବଢିବ ଧନ, ନୂଆ ଚାକିରି ସହ ରହିଛି ବିବାହ ଯୋଗ..

- Advertisement -

ଏହି କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟାଙ୍କ ନାମ ପରଦାରେ ଦେଖାଯାଉଥିବା ବେଳେ କେବଳ ଐଶ୍ୱର୍ଯ୍ୟା ରାୟ ଲେଖାଯାଇଥିଲା ମାତ୍ର ବଚ୍ଚନ ସାଙ୍ଗିଆ ଦେଖିବାକୁ ମିଳିନଥିଲା । ଏହି ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବା ସହ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ଲେଖିଛନ୍ତି, ଶେଷରେ ‘ବି’ଶବ୍ଦ ତାଙ୍କ ନାମରୁ ଅଦୃଶ୍ୟ ହୋଇଯାଇଛି । ସେହିପରି ଅନ୍ୟ ଜଣେ ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଦେଖନ୍ତୁ ଭିଡିଓ; କେମିତି ଗୁପ୍‌ଚୁପ୍‌ ଖାଉଛି ହାତୀ..

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories