www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ; କେମିତି ଗୁପ୍‌ଚୁପ୍‌ ଖାଉଛି ହାତୀ..

ନୂଆଦିଲ୍ଲୀ : ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କୁ ରାସ୍ତା କଡରେ ବିକ୍ରି ହେଉଥିବା ଚଟ୍‌ପଟା ଖାଦ୍ୟ ଖାଇବାକୁ ବେଶ ପସନ୍ଦ କରି ଥାଆନ୍ତି । ବିଶେଷ କରି ଗୁପ୍‌ଚୁପ୍‌ । ଗୁପ୍‌ଚୁପ୍‌ ଦେଖିବା ମାତ୍ରେ ଅଧିକାଂଶଙ୍କ ପାଟିରୁ ଲାଳ ବୋହିଥାଏ । ମାତ୍ର କେବଳ ମନୁଷ୍ୟ ନୁହେଁ ବରଂ ଜୀବଜନ୍ତୁ ମଧ୍ୟ ଗୁପ୍‌ଚୁପ୍‌ ପ୍ରେମୀ । ଭାଇରାଲ୍‌ ହେଉଥିବା ଏହି ଭିଡିଓ ଦେଖିଲେ ନିଶ୍ଚୟ ବୁଝି ପାରିବେ । ଭିଡିଓ ହେଉଛି ଏକ ହାତୀର । ହାତୀ କିଭଳି ଖୁବ୍‌ ମଜାରେ ଗୋଟିଏ ପରେ ଗୋଟିଏ ଗୁପ୍‌ଚୁପ୍‌ ଖାଉଛି, ଏହି ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।


ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଏକ ଗୁପ୍‌ଚୁପ୍‌ ଦୋକାନୀଙ୍କ ନିକଟରେ ହାତୀଟି ଠିଆ ହୋଇଛି । ଦୋକାନୀ ଗୁପ୍‌ଚୁପ୍‌ରେ ଆଳୁ ଓ ଖଟା ମିଠା ପାଣି ଦେଇ ଗୋଟିଏ ପରେ ଗୋଟିଏ ଗୁପ୍‌ଚୁପ୍‌କୁ ହାତୀକୁ ଖାଇବାକୁ ଦେଉଛନ୍ତି । ହାତୀ ମଧ୍ୟ ଖୁବ୍‌ ଖୁସିରେ ଖାଉଛି । ହାତୀକୁ ଗୁପ୍‌ଚୁପ୍‌ ଖୁବ୍‌ ପସନ୍ଦ ଆସିଛି ବୋଲି ଭିଡିଓରେ ଦେଖାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ବୃହସ୍ପତି ଚଳନ: ୧୨ ବର୍ଷ ପରେ ଶୁଭ ଯୋଗ, ୨୦୨୫ରେ ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

- Advertisement -

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories