www.samajalive.in
Tuesday, December 9, 2025
16.1 C
Bhubaneswar

ବୃହସ୍ପତି ଚଳନ: ୧୨ ବର୍ଷ ପରେ ଶୁଭ ଯୋଗ, ୨୦୨୫ରେ ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ୧୨ ବର୍ଷ ପରେ ସିଧାଚଳନ କରିବେ । ଏହାର ଶୁଭ ପ୍ରଭାବ ୫ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର । ଚାକିରି, ବ୍ୟବସାୟ, ବିବାହ, ପ୍ରେମ ମାମଲାରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସନ୍ତାନ, ପବିତ୍ର ସ୍ଥାନ, ବୁଦ୍ଧି, ଧନ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ମାଙ୍ଗଳିକ କାର୍ଯ୍ୟ, ଦାନ ଓ ପୁଣ୍ୟ ଆଦି କାରକ ଦେବଗୁରୁ ବୃହସ୍ପତି । ଗୁରୁବାର ପୂଜାର୍ଚ୍ଚନା କରିବା ସହ ହଳଦିଆ ରଙ୍ଗ ପୋଷାକ ପିନ୍ଧିବା, ଗୁରୁଜନଙ୍କୁ ସମ୍ମାନ କରିବା ଦ୍ୱାରା ଜାତକରେ ଗୁରୁ ଗ୍ରହ ମଜଭୁତ ହୋଇଥାଆନ୍ତି ।

ଶାସ୍ତ୍ର ଅନୁସାରେ ବର୍ଷ ୨୦୨୫ରେ ଅନେକ ରାଶି ପରିବର୍ତ୍ତନ ହେବ । ୧୪ ମେ ୨୦୨୫ରେ ବୃଷ ରାଶିରୁ ଚଳନ କରି ମିଥୁନ ରାଶିରେ ଗୁରୁ ପ୍ରବେଶ କରିବେ । ଏହି ପରିବର୍ତ୍ତନ ଦୀର୍ଘ ୧୨ ବର୍ଷ ପରେ ହେବାକୁ ଯାଉଛି । ଜାଣନ୍ତୁ ଏହାଦ୍ୱାରା କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦେବଗୁରୁଙ୍କ ଚଳନ ବେଶ ଶୁଭଙ୍କର । କର୍ମକ୍ଷେତ୍ରରେ ଉନ୍ନତି ସହ ମାନ-ସମ୍ମାନ ବୃଦ୍ଧି ହେବ । ଅଟକି ଥିବା କାମ ପୂରଣ ହେବ । ଗୁରୁଜନଙ୍କୁ ସମ୍ମାନ କରି ସଫଳତା ହାସଲ କରିବେ । ପରିଶ୍ରମ ଦ୍ୱାରା ସଫଳତା ପାଇବା ସହ ଧନ ପ୍ରାପ୍ତି ହେବ ।

ବୃଷ – ବର୍ଷ ୨୦୨୫ ଗୁରୁ ଚଳନ ଦ୍ୱାରା ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଉତ୍ତମ ଫଳ ପ୍ରାପ୍ତି ହେବ । ଧନ ବୃଦ୍ଧି ସହ କର୍ମକ୍ଷେତ୍ରରେ ମଧ୍ୟ ଉନ୍ନତି ହେବ । ବିବାହର ଯୋଗ ରହିଛି । ମାନ-ସମ୍ମାନ ବୃଦ୍ଧି ହେବ ।

କର୍କଟ – ଆତ୍ମବିଶ୍ୱାସ ବୃଦ୍ଧି ହେବ । ପ୍ରେମ ସମ୍ପର୍କରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତି ସହ ଆୟରେ ମଧ୍ୟ ବୃଦ୍ଧି ହେବ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ଶୁକ୍ର ଚଳନ; ନୂଆ ବର୍ଷରେ ଏହି ୫ ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ନୂଆ ଚାକିରି, ଚମକିବ ଭାଗ୍ୟ..

ବିଛା – ଜୀବନସାଥୀଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ଚିନ୍ତା ମୁକ୍ତ ହେବା ସହ ମନ ପ୍ରସନ୍ନ ରହିବ । ବ୍ୟବସାୟରେ ଉନ୍ନତି ହେବ । ଚାକିରିରେ ଶୁଭ ପରିବର୍ତ୍ତନ ହେବ । ସୁଖ-ସମୃଦ୍ଧି ବୃଦ୍ଧି ହେବ ।

ମୀନ – ଭାବି ଚିନ୍ତି ନିଷ୍ପତ୍ତି ନେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ସଫଳତା ସହ ମାନ-ସମ୍ମାନ ବୃଦ୍ଧି ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରୁ ଲାଭବାନ୍‌ ହେବେ । ଉନ୍ନତିର ନୂଆ ମାର୍ଗ ସାମ୍ନାକୁ ଆସିବ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories