www.samajalive.in
Saturday, December 6, 2025
26.1 C
Bhubaneswar

କାମକୁ ଫେରିଲେ ଆଇଏଏସ ସୁଜାତା, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଯୋଗଦେଲେ

ଡେସ୍କ: ପୂର୍ବତନ ଆଇଏଏସ ଭି କାର୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତିକେୟନ ପାଣ୍ଡିଆନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ନିର୍ବାଚନ ପରେ ବିଜେଡିର ଶୋଚନୀୟ ପରାସ୍ତ ପରେ ଓ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ପ୍ରତିଟି ସ୍ଥରରେ ସମାଲୋଚନା ପରେ, ଆଇଏଏସ ପତ୍ନୀ ସୁଜାତା କାର୍ତିକେୟନ ପାଣ୍ଡିଆନ ଗତ ମେ’ ମାସ ୩୧ରୁ ୬ ମାସ ଅର୍ଥାତ ନଭେମ୍ବର ୨୬ ଯାଏଁ ଛୁଟି ନେଇଥିଲେ ଏବଂ ରାଜ୍ୟ ସରକାର ମଧ୍ୟ ତାହା ମଂଜୁର କରିଥିଲେ। ଇତି ମଧ୍ୟରେ ୬ ମାସ ପରେ ଆଇଏଏସ ସୁଜାତା ପୁଣି ଗତକାଲି ୬ ମାସ ପାଇଁ ବର୍ଦ୍ଧିତ ଛୁଟି ପାଇଁ ଆବେଦନ କରିଥିଲେ। ତେବେ ରାଜ୍ୟ ସରକାର ଏହି ବର୍ଦ୍ଧିତ ଛୁଟି ଆବେଦନକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଥିଲେ। ସେତେବେଳେ ଆଇଏଏସ ସୁଜାତା ନିଜ ସାନ ଝିଅର ୧୦ମ ପରୀକ୍ଷା ନିମନ୍ତେ ୬ ମାସ ଛୁଟି ନେଇଥିଲେ ବୋଲି ରାଜ୍ୟ ସରକାର କହିଥିଲେ।

ତେବେ ସୁଜାତା କାର୍ଯ୍ୟରେ ଯୋଗ ଦେବେ କି ନାହିଁ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସେ ସବୁର ଅନ୍ତ ଘଟାଇ ସେ ଆଜି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି। ଇତି ମଧ୍ୟରେ ରାଜ୍ୟ ସରକାର ଆଇଏଏସ ସ୍ଥରରେ ଅନେକ ଥର ଅଦଳବଦଳ କରିଥିବା ବେଳେ ଆଇଏଏସ ସୁଜାତା ପୂର୍ବ ପଦବୀରେ ରହିବେ କି ବିଭାଗ ପରିବର୍ତନ ହେବ ତାହା ଖୁବ ଶୀଘ୍ର ଜଣାପଡିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories