www.samajalive.in
Friday, December 5, 2025
20.1 C
Bhubaneswar

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବେ: ସିନ୍ଦେ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତ୍ତି ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା କହିଛନ୍ତି ଶିବସେନା ଏସଏଚଏସ ମୁଖ୍ୟ ଏକନାଥ ସିନ୍ଦେ। ବୁଧବାର ଗଣମାଧ୍ୟମ ଆଗରେ ସେ ଏହି ସୂଚନା ଦେଇଛନ୍ତି। ମହାୟୁତି ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବାବେଳେ ୩ ପ୍ରମୁଖ ଦଳ ବିଜେପି, ଶିବସେନା ଏସଏଚଏସ ଏବଂ ଅଜିତ ପାଓ୍ବାରଙ୍କ ଏନସିପି ମଧ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଅଙ୍କ ଛିଣ୍ଡିପାରୁ ନାହିଁ। ଏହି ପଦ ପାଇଁ ବିଜେପି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ଶିବସେନା ଏସଏଚଏସ ମୁଖ୍ୟ ସିନ୍ଦେ ପ୍ରମୁଖ ଦାବିଦାର ରହିଛନ୍ତି। ହେଲେ ମହାୟୁତି ମେଣ୍ଟ ଦଳଗୁଡ଼ିକ ବିଜେପି ସବୁଠୁ ଅଧିକ ଆସନ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ପଦବୀ ବିଜେପି ଖାତାକୁ ଯିବା ଏକପ୍ରକାର ସ୍ପଷ୍ଟ ହେଉଛି। ତେବେ ଫଡନବୀସ ମୁଖ୍ୟମନ୍ତ୍ରୀ ହେବା ନେଇ ସିନ୍ଦେ ରାଜି ନ ଥିବା ଚର୍ଚ୍ଚା ହେବା ପରେ ସେ ବୁଧବାର ପ୍ରଧାନମନ୍ତ୍ରୀ ଏବଂ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିବା ଗଣମାଧ୍ୟମକୁ କହିଛନ୍ତି।

ସିନ୍ଦେ କହିଛନ୍ତି, ମହାୟୁତି ମେଣ୍ଟ ପାଇଁ ଜଣେ ସାଧାରଣ କର୍ମୀ ଭାବେ ସେ ନିର୍ବାଚନ ପ୍ରଚାର କରିଛନ୍ତି। ନିଜକୁ କେବେ ମୁଖ୍ୟମନ୍ତ୍ରୀ ବୋଲି ଭାବିନାହିଁ। ସିଏମ ଅର୍ଥ ହେଉଛି ‘କମନ ମ୍ୟାନ’। ଏହି ଚିନ୍ତାଧାରା ରଖି ସେ ମେଣ୍ଟ ପାଇଁ କାମ କରିଛନ୍ତି। ଆମେ ଲୋକଙ୍କ ପାଇଁ କାମ କରିବା ଉଚିତ। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କୁ ସମର୍ଥନ କରିଥିଲେ। ସେଥିପାଇଁ ସେ ଉଭୟଙ୍କୁ ଧନ୍ୟବାଦ ଜଣାଉଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ମହାୟୁତି ମେଣ୍ଟ ମହାରାଷ୍ଟ୍ରକୁ ୬ ମାସ ମଧ୍ୟରେ ୩ୟ ସ୍ଥାନରୁ ପ୍ରଥମ ସ୍ଥାନକୁ ନେଇଥିଲା। ସେତେବେଳେ କେନ୍ଦ୍ର ସରକାରଙ୍କଠାରୁ ସେ ବହୁତ ସମର୍ଥନ ପାଇଥିଲେ। ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଫୋନ ଜରିଆରେ କଥା ହୋଇଛନ୍ତି। ମହାରାଷ୍ଟ୍ରରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟ ପାଇଁ ଯାହା ମଙ୍ଗଳ ହେବ ସେ ଦିଗରେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ ଆଶା ରଖିଥିବା ସିନ୍ଦେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ୨୮୮ ଆସନରୁ ମହାୟୁତି ୨୩୦ ଆସନରେ ବିଜୟୀ ହୋଇଛି। ବିଜେପି ସର୍ବାଧିକ ୧୩୨ ଏବଂ ଶିବସେନା ଏସଏଚଏସ ୫୭ ଓ ଏନସିପି (ଏପି) ୪୧ ଆସନ ପାଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories