ସମାଜ ଡିଜିଟାଲ ଡେସ୍କ: ରାଜଧାନୀର ଖଣ୍ଡଗିରି ଅଞ୍ଚଳରୁ ଠାବ ହୋଇଛି ସେକ୍ସ ରାକେଟ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରି ଏହି ରାକେଟ ଠାବ କରିଛି। ଜଣେ ବ୍ୟକ୍ତିଙ୍କ ଘରେ ଏହି ରାକେଟ ଚାଲିଥିଲା। ପୁଲିସ ସେଠାରୁ ୪ ଜଣ ଯୁବତୀଭ୍କୁ ଉଦ୍ଧାର କରିଛି। ଉକ୍ତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସେହି ଘରକୁ ପୁଲିସ ସିଲ୍ କରିଦେଇଥିବାବେଳେ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ତେବେ ନୟାଗଡ଼ର ଜଣେ ମହିଳା ଏହି ସେକ୍ସ ରାକେଟ ଚଳାଉଥିବା ପୁଲିସକୁ ସୂଚନା ମିଳିଛି। ଉକ୍ତ ମହିଳାଙ୍କୁ ପୁଲିସ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।



