ଆଲମିରାରେ ଏହି ଜିନିଷ ରଖିଲେ ହୋଇଯିବେ କାଙ୍ଗାଳ, ଲାଗି ରହିବ ଧନ ଅଭାବ..

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ଯାହାର ପାଳନ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ଏଭଳି ଏକ ବାସ୍ତୁ ଉପାୟରେ ଜାଣନ୍ତୁ ଯାହାର ପାଳନ କରିବା ଦ୍ୱାରା ଘରେ କଦାପି ଧନର ଅଭାବ ହେବ ନାହିଁ ଅଯଥାରେ ଟଙ୍କା ଖର୍ଚ୍ଚ ମଧ୍ୟ ହେବ ନାହିଁ । ସେହିଭଳି ଏପରି କିଛି ଜିନିଷ ମଧ୍ୟ ରହିଛି, ଯାହାକୁ ଆଲମିରାରେ ରଖିବା ଦ୍ୱାରା କାଙ୍ଗାଳ ହୋଇଯିବେ । ଧନର ଅଭାବ ଲାଗି ରହିବ । ଜାଣନ୍ତୁ..

ବାସ୍ତୁ ଶାସ୍ତ୍ର ଅନୁସାରେ ଧନ ରଖିବା ସ୍ଥାନରେ ଭୁଲ୍‌ରେ ମଧ୍ୟ ଭଙ୍ଗା କିମ୍ବା ଫାଟି ଯାଇଥିବା କାଚ ରଖନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି କୁହାଯାଏ । ଭଙ୍ଗା କାଚ ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ । ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହୋଇଥାଏ ।

ଡିସେମ୍ବରରେ ୪ ଗ୍ରହଙ୍କ ଚଳନ, ଏହି ରାଶି ହେବେ ଭାଗ୍ୟଶାଳୀ, ବଢିବ ଧନ, ନୂଆ ଚାକିରି ସହ ରହିଛି ବିବାହ ଯୋଗ..

ଉପହାରରେ ମିଳୁଥିବା ଜିନିଷକୁ ମଧ୍ୟ ଆଲମିରାରେ ରଖନ୍ତୁ ନାହିଁ । ପର୍ସରେ ମଧ୍ୟ ରଖନ୍ତୁ ନାହିଁ । ଏହାଦ୍ୱାରା ଧନ ସଞ୍ଚୟ ହୋଇ ରହିନଥାଏ । ଧନର ଅଭାବ ଲାଗି ରହିଥାଏ । ବାସ୍ତୁ ଅନୁସାରେ ଉପହାରରେ ମିଳୁଥିବା ଜିନିଷକୁ ପର୍ସ କିମ୍ବା ଆଲମିରାରେ ରଖନ୍ତୁ ନାହିଁ ।

ପର୍ସରେ କଦାପି ଛୁରୀ ରଖନ୍ତୁ ନାହିଁ । ବାସ୍ତୁ ଅନୁଯାୟୀ ଏହା ଅଶୁଭ । ଏପରି କରିବା ଦ୍ୱାରା ଧନହାନୀ ହୋଇଥାଏ । ପୁରୁଣା ବିଲ୍‌କୁ ମଧ୍ୟ ପର୍ସରେ ରଖନ୍ତୁ ନାହିଁ ।

ଭୁଲ୍‌ରେ ମଧ୍ୟ ଆଲମିରାରେ କଳା ରଙ୍ଗର ପୋଷାକ ରଖନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । କଳା ପୋଷାକ ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇନଥାଏ । ଧନ ଅଯଥାରେ ଖର୍ଚ୍ଚ ହୋଇଯାଏ । ଧନ ରଖୁଥିବା ସ୍ଥାନକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ । ଟଙ୍କା ରଖୁଥିବା ସ୍ଥାନରେ ମା’ଲକ୍ଷ୍ମୀ ଓ ଗଣେଶଙ୍କ କଏନ୍‌ ରଖନ୍ତୁ ।

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ- ଉପମୁଖ୍ୟମନ୍ତ୍ରୀ

Comments are closed.