www.samajalive.in
Saturday, December 6, 2025
16.1 C
Bhubaneswar

ଲୋକସଭାରେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ

ସମାଜ ଡିଜିଟାଲ ଡେସ୍କ: ଓ୍ବାୟନାଡ଼ ଲୋକ ସଭାରୁ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥଗ୍ରହଣ ସମୟରେ ସେ ହାତରେ ସମ୍ବିଧାନ ପୁସ୍ତକ ଧରିଥିବା ଦେଖିବାକୁ ମିଳିଥିଲା। ତେବେ ସଂସଦକୁ ଆସିବା ସମୟରେ ତାଙ୍କ ସହିତ ଭାଇ ରାହୁଲ ଗାନ୍ଧୀ ଏବଂ ମା’ ତଥା ରାଜ୍ୟସଭା ସଦସ୍ୟ ସୋନିଆ ଗାନ୍ଧୀ ବି ଉପସ୍ଥିତ ଥିଲେ। ପ୍ରଥମ ଥର ଲାଗି ସୋନିଆ, ରାହୁଲ ଏବଂ ପ୍ରିୟଙ୍କାଙ୍କୁ ସଂସଦରେ ଦେଖିବାକୁ ମିଳିଥିଲା।

ପ୍ରିୟଙ୍କା ଓ୍ବାୟନାଡ ଲୋକସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜୟୀ ହୋଇଥିଲେ। ସେ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ସିପିଆଇ ପ୍ରାର୍ଥୀ ସତ୍ୟନ ମୋକେରୀଙ୍କୁ ୪ ଲକ୍ଷ ୧୦ ହଜାରରୁ ଅଧିକ ସଂଖ୍ୟକ ଭୋଟରେ ପରାଜିତ କରିଥିଲେ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories