www.samajalive.in
Sunday, December 14, 2025
17.1 C
Bhubaneswar

ପାଣି ମୋଟର ଚୋରି ମାମଲାରେ ଜଣେ ଗିରଫ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆଲ୍ଲିପୁରଠାରେ ଥିବା ଏକ ଫାର୍ମ ହାଉସ ପରିସରରୁ ପାଣି ମୋଟର ଚୋରି ମାମଲାରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ଆଲ୍ଲୀପୁର ଓଡିଆରପି କଲୋନୀର ସାହେବ ନାୟକ(୪୫) ବୋଲି ପୁଲିସ କହିଛି। ଅଭିଯୋଗ ଅନୁଯାୟୀ ଆଲ୍ଲୀପୁରଠାରେ ଜୟ ଜଗନ୍ନାଥ ଆସୋସିଏଟର ଏକ ଫାର୍ମ ହାଉସ ରହିଛି। ସେଠାରେ ଚାଷ ନିମନ୍ତେ କିଛି ପାଣି ମୋଟର ସଂଯୋଗ କରାଯାଇଛିା। ଏହା ମଧ୍ୟରେ ଲଗାତାର ଭାବେ ୬ଟି ମୋଟର ଚୋରି ଯାଇଥିବାବେଳେ ଗତ ମଙ୍ଗଳବାର ଦିନ ପୁଣି ଏକ ମୋଟର ଚୋରି କରାଯାଉଥିବାବେଳେ ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ ଗୋପାଳ କୃଷ୍ଣ ପଣ୍ଡା ଏହା ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୨୫/୨୪ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସାହେବକୁ ଗିରଫ କରିବା ସହ ତାହା ଠାରୁ ଚୋରି କରିଥିବା ୭ଟା ଯାକ ପାଣି ମୋଟର ଜବତ କରିଥିବା ତଦନ୍ତ ଅଧିକାରୀ ବି ତ୍ରିପତି ରାଓ ପ୍ରକାଶ କରିଛନ୍ତି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories