ସପ୍ତାହ ଆରମ୍ଭରୁ ଆର୍ଥିକ ଦୃଷ୍ଟିରୁ ଫିଟିବ ୫ରାଶିର ଭାଗ୍ୟ
ମେଷ:ଶତ୍ରୁ ଯେତେ ବଳବାନ ହେଉନା କାହିଁକି ତା’ ଉପରେ ବିଜୟ ହାସଲ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ବୃଷ: ବକ୍ତୃତା ପ୍ରତିଯୋଗିତା ପାଇଁ ପୂର୍ବ ପ୍ରସ୍ତୁତି ସ୍ବରୂପ ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀ ପ୍ରେରଣାଦାୟୀକା ହେବେ।
ମିଥୁନ : ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତାର ସୁପରିଚାଳନା କରି ପ୍ରଶଂସାର ପାତ୍ର ହେବା ସହିତ ଖୁବ୍ଶୀଘ୍ର ଉଚିତ ପ୍ରାପ୍ୟ ପାଇବେ। ଯାନବାହନ ସୁଖ ମିଳିବ।
କର୍କଟ:ବିଭିନ୍ନ ସ୍ତରରୁ ଅର୍ଥାପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ରହିଛି। ଦେବଦର୍ଶନରେ ସମସ୍ତ ଅଭିଷ୍ଟର ବିଲୁପ୍ତି ଘଟିବ। ଅଶାନ୍ତି ଦୂର ହେବ ଓ ଶାନ୍ତିର ଫେରିବ।
ସିଂହ:ରକ୍ଷଣଶୀଳ ଓ ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରିବେ। କର୍ମ ଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
କନ୍ୟା:ଧନବାନ୍ ହେବେ। ଭାଗ୍ୟର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ବୃଦ୍ଧି ହେବ। ଶକ୍ତିମାନ ହେବେ। ଶାରୀରିକ ଗଠନ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତ ହେବ।
ତୁଳା : ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିବେ। ବିବାଦରେ ଭାଗ ନ ନେଇ ନିରବ ଦର୍ଶକ ସାଜିବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ହୋଇପାରେ।
ବିଛା: ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମ ଚଞ୍ଚଳ ରହିବେ।
ଧନୁ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିଭିନ୍ନ ସ୍ତରରୁ ଧନାଲାଭ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଆଶ୍ରିତ ଓ ଅନୁଗତଙ୍କର ନମସ୍ୟା ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
କୁମ୍ଭ :ଆଜି ସାରାଦିନ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସହଯୋଗୀମାନେ କରଛଡ଼ା ଦେଇପାରନ୍ତି। ଯାନବାହନ ଚଳାଚଳରେ ସତର୍କ ରହିବେ। ଜଳଯାତ୍ରା ନକରିବା ଭଲ।
ମୀନ : ଆଜି ଦିନଟି ଆପଣଙ୍କର ଅତ୍ୟନ୍ତ ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଅମୃତ ତୁଲ୍ୟ ଭୋଜନ ପାଇ ପରିତୃପ୍ତି ଲାଭ କରିବେ।
Comments are closed.