୨୭ ନଭେମ୍ବରରେ ସୂର୍ଯ୍ୟ-ମଙ୍ଗଳଙ୍କ ଅତ୍ୟନ୍ତ ଶୁଭ ଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଭେମ୍ବର ୨୦୨୪ ଗ୍ରହଙ୍କ ଗତିବିଧି ଅନୁସାରେ ଖୁବ୍ ଖାସ୍ ବୋଲି କୁହାଯାଇଛି । ଏହି ମାସରେ ବୁଧଙ୍କର ନକ୍ଷତ୍ର ପରିବର୍ତ୍ତନ, ଶନିଦେବଙ୍କ ସିଧାଚଳନ, ବୁଧ ଗ୍ରହ ଓଲଟା ଚଳନ ପରେ ଅସ୍ତ ହେବା, ରାହୁ ଓ କେତୁଙ୍କର ନକ୍ଷତ୍ର ପରିବର୍ତ୍ତନର ବେଶ ମହତ୍ତ୍ୱ ରହିଛି।
୨୮ ନଭେମ୍ବର ୨୦୨୪ରେ ଗୁରୁ ଗ୍ରହ ବୃହସ୍ପତି ନକ୍ଷତ୍ର ପରିବର୍ତ୍ତନ କରି ଚଳନ କରିବେ । ଏହି ଦିନ ବୃହସ୍ପତି ମୃଗଶିରାରୁ ବାହାରି ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ରହିବ । ଏହା ପୂର୍ବରୁ ୨୭ ନଭେମ୍ବରରେ ଗ୍ରହଙ୍କ ରାଜା ସୂର୍ଯ୍ୟଦେବ ଓ ଗ୍ରହଙ୍କ ସେନାପତି ମଙ୍ଗଳ ଦେବ ୧୨୦ଂ କୋଣରେ ସ୍ଥିତ ରହି ନବପଞ୍ଚମ ଯୋଗ ସୃଷ୍ଟି କରୁଛନ୍ତି । ଶାସ୍ତ୍ର ଅନୁସାରେ ଏହି ଯୋଗ ଖୁବ୍ ଶୁଭ ଓ ଶକ୍ତିଶାଳୀ ଯୋଗ ବୋଲି ମାନ୍ୟତା ରହିଛି । ଏହି ଯୋଗ ଜାତକରେ ଶକ୍ତି, ସାହସ ଓ ନେତୃତ୍ୱ କ୍ଷମତା ପ୍ରଦାନ କରିଥାଏ । ଏହି ଯୋଗ ଫଳରେ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ସହ ସୁଖସମୃଦ୍ଧି ପ୍ରାପ୍ତି ହେବ । ଜାଣନ୍ତୁ ସେହି ୫ ଭାଗ୍ୟଶାଳୀ ରାଶି ବିଷୟରେ..
ମେଷ ରାଶି- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍ ଧନ ଲାଭ ହେବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ଚାକିରିରେ ପଦନ୍ନୋତି ହେବ । ଆୟରେ ବୃଦ୍ଧି ସହ ଜୀବନଶୈଳୀରେ ପରିବର୍ତ୍ତନ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନକୂଳ ରହିଛି । ବ୍ୟବସାୟରେ ବୃଦ୍ଧି ସହ ଲାଭ ହେବ । ନୂଆ ଯାନ କିଣିବାର ଯୋଗ ରହିଛି । ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ସିଂହ- ଶୁଭ ଖବର ସହ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍ ଧନ ପ୍ରାପ୍ତି ହେବ । ବିଭିନ୍ନ ଉପାୟରୁ ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟୀ ଲାଭବାନ୍ ହେବେ । ଭୂମି କିମ୍ବା ଘର କିଣିବାର ଯୋଗ ରହିଛି । ପରିବାର ସହ ହସଖୁସିର ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ରୋଗ ଦୂର ହେବ ।
ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଧନ ଲାଭର ନୂଆ ଯୋଗ ହେବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ନୂଆ ଚାକିରିର ଯୋଗ ରହିଛି । ଅନେକ ସ୍ରୋତରୁ ଧନ ଲାଭ ହେବ । ବ୍ୟବସାୟରେ ଖୁବ୍ ଉନ୍ନତି କରିବେ । ପରିବାରରେ ହସଖୁସିର ବାତାବରଣ ରହିବ । ପରିବାର ଲୋକଙ୍କ ସହଯୋଗ ମିଳିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।
ଧନୁ – ଶୁଭ ଖବର ମିଳିବା ସହ ମାଲାମାଲ୍ ହେବେ । ଧନ ଲାଭର ନୂଆ ନୂଆ ସୁଯୋଗ ମିଳିବ । ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ସହ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।ରୋଗ ଦୂର ହେବ ।
ମୀନ – ହଠାତ୍ ଧନ ପ୍ରାପ୍ତି ହେବ । କଳା କ୍ଷେତ୍ରରେ ଜଡିତ ଲୋକେ ସପଳତା ପାଇବେ । ନୂଆ ଚାକିରି ମିଳିବା ସହ ଜୀବନ ସୁଖମୟ ହେବ । ଚିନ୍ତା ଦୂର ସହ ବିଦେଶ ଗସ୍ତର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍ ହେବେ ।
Comments are closed.