www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ; ୨ ଗିରଫ

ସମ୍ବଲପୁର : ସମ୍ବଲପୁରରେ ଥିବା ଅବକାରୀ ଗୁଇନ୍ଦା ବିଭାଗର ଦଳ ପକ୍ଷରୁ ରବିବାର ମଧ୍ୟପ୍ରଦେଶ ରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ ସମୟରେ ଏକ ଗାଡିକୁ ଧରି ବିପୁଳ ଗଞ୍ଜେଇ ଜବତ କରିଛି। ଅବକାରୀ ବିଭାଗର ସୂଚନାନୁଯାୟୀ, ଖବର ପାଇ ଅଇଁଠାପାଲି ଥାନା ଅନ୍ତର୍ଗତ କାଈଁଶୀର ରୋଡରେ ଚେକିଂ ସମୟରେ ଏକ ସନ୍ଦିଗ୍ଧ ବୋଲେରୋ ପିକଅପ ଭ୍ୟାନକୁ ଅଟକାଯାଇ ଚେକିଂ କରାଯାଇଥିଲା। ଚେକିଂ ସମୟରେ ଗାଡିରେ ଲୁକ୍କାୟିତ ଭାବରେ ରଖାଯାଇଥିବା ବସ୍ତା ଗୁଡିକ ମଧ୍ୟରୁ ସମୁଦାୟ ୨ କୁଇଣ୍ଟାଲ  ୧୦ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା। ସୋନପୁରରୁ ମଧ୍ୟପ୍ରଦେଶର ପାଟନା (ଲଙ୍ଗାଟୋଲା) ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶ ରାଜ୍ୟର ଅନୁପପୁର ଜିଲା ନିବାସୀ ବାଦଲ କୁମାର ମିଶ୍ର (୨୮) ଏବଂ ମୋନୁ ସୋନୱାନୀ (୨୧)ଙ୍କୁ ଧରିଥିଲା। ଏ ନେଇ ଏକ ମାମଲା ରୁଜୁ କରି ଗଞ୍ଜେଇ ଓ ଗାଡି ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇ ଓ ଗାଡି ଗୁଡିକର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ନୂଆବର୍ଷ ୨୦୨୫; କେମିତି କଟିବ ମେଷ ରାଶି, ଜାଣନ୍ତୁ ଆର୍ଥିକ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କେଉଁ ଉପାୟରେ ମିଳିବ ଶୁଭଫଳ..

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories