ଯୁକ୍ତ ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଦଳରେ ଦିଆଯାଉଛି ଅର୍ଥ ରାଶି, ଏପ୍ରିଲ ୩୦କୁ ବଢ଼ିଲା ଆବେଦନ ଅବଧି

ଲାପଟପ୍/ଡେକ୍ସଟପ୍ କିଣିବାକୁ ଦିଆଯାଉଛି ୩୦ ହଜାର ଟଙ୍କା,

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଦଳରେ ଦିଆଯାଉଛି ଅର୍ଥ ରାଶି। +୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଯୋଜନାରେ ଲାପଟପ୍/ଡେକ୍ସଟପ୍ କିଣିବାକୁ ୩୦ ହଜାର ଟଙ୍କା ଦିଆଯାଉଛି। ଲାପଟପ୍‌ ଅର୍ଥ ପାଇଁ ଆବେଦନ ଅବଧିକୁ ବୃଦ୍ଧି କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ। ଛାତ୍ରଛାତ୍ରୀ ବିଜୁ ଯୁବ ସଶକ୍ତିକରଣ ଯୋଜନା ୨୦୨୧ ଅଧୀନରେ ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଏପ୍ରିଲ ୩୦ ସୁଦ୍ଧା ଆବେଦନ କରିପାରିବେ। ଏପର୍ଯ୍ୟନ୍ତ ଆବେଦନ କରି ପାରି ନ ଥିବା ଯୋଗ୍ୟ ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ଆବେଦନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଲାପ୍‌ଟପ୍‌ ଅର୍ଥ ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପୋର୍ଟାଲରେ ଆବେଦନ କରିବାକୁ କୁହାଯାଇଛି। www.dhe.odisha.gov.inରେ ସେମାନେ ଆବେଦନ କରିପାରିବେ।

kalyan agarbati

Comments are closed.