ବିପଦ ସଙ୍କୁଳ ଅବସ୍ଥାରେ ପୋଲ, ଶୀଘ୍ର ମରାମତି ପାଇଁ ଦାବି
ନୟାହାଟ: ପୁରୀ ଜିଲା ଗୋପ ବ୍କ ଜଙ୍ଗଲବୋରୀ ଅନ୍ତର୍ଗତ ବଲଗୋରଡ଼ାଠାରେ ଥିବା ପୋଲ ଅନେକ ଦିନ ହେବ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜ୍ର ଉଭୟ ପାର୍ଶ୍ବ କାନ୍ଥ ଭାଙ୍ଗି ଦିଆଯାଇଥିବାରୁ ଯାତାୟତ କରୁଥିବା ଯାନବାହନ ପୋଲ ତଳକୁ ଖସି ପଡ଼ିବାର ଯଥେଷ୍ଟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତତସହିତ ପୋଲ ଉଭୟ ପଟେ ଥିବା ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ବଙ୍କାଣୀ ଓ ଆଲୋକର ବ୍ୟବସ୍ଥା ନଥିବାରୁ ରାତିରେ ପୋଲ ଉପରେ ଯିବା ବିପଦପୂର୍ଣ୍ଣ। ଏହି ରାସ୍ତା ଦେଇ ଅନେକ ସରକାରୀ ଅଧିକାରୀ ଯୋଗେଶ୍ୱରପୁରରୁ ନାଗପୁର ଦେଇ ଗୋପ ବ୍ଲକ କାର୍ଯ୍ୟାଳକୁ ଯିବାଆସିବା କରନ୍ତି। କିନ୍ତୁ କେବେହେଲେ ପୋଲ ମରାମତି ପାଇଁ ତତ୍ପରତା ପ୍ରଦର୍ଶନ କରିନାହାନ୍ତି। ଅନେକ କୁନିକୁନି ସ୍କୁଲ ଛାତ୍ରଛାତ୍ରୀମାନେ ସାଇକେଲରେ ଏହି ବିପଦ ସଙ୍କୁଳ ପୋଲ ଦେଇ ଯିବାଆସିବା କରନ୍ତି। ତେଣୁ ପୋଲ ଶୀଘ୍ର ମରାମତି କରାଯିବା ଦରକାର ବୋଲି ଯୁବ ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ ଓ ସ୍ଥାନୀୟ ଯୁବକ ସୁଶାନ୍ତ କୁମାର ମଲ୍ଲିକ, ମଲ୍ଲିକ୍ ନସିମୁଲ୍ଲା ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି।
Comments are closed.