ଜୁନ ୧୨ରେ ବାରବାଟୀରେ ଟି-୨୦

ଭୁବନେଶ୍ବର: କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖବର। ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଟି-୨୦ ମ୍ୟାଚ। ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ କଟକ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଖେଳାଯିବ। ଜୁନ ୧୨ରେ ଦୁଇ ଦେଶ ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Comments are closed.