ଢେଙ୍କିକୋଟ ଜୋନ ଜିଲା ପରିଷଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ୨୭ରେ ହେବ ନିର୍ବାଚନ
ପାଟଣା: ଗତ ପଞ୍ଚାୟତିରାଜ ନିର୍ବାଚନରେ ଢେଙ୍କିକୋଟ ୮ ନମ୍ବର ଜୋନ ବିଜୁ ଜନତା ଦଳ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଅକାଳ ବିୟୋଗ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏହି ଜିଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଭୋଟ ଗ୍ରହଣ ଆଗାମୀ ମେ ମାସ ୨୭ ତାରିଖରେ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୋଟ ଗ୍ରହଣ ସକାଳ ୭ ରୁ ମଧ୍ୟାହ୍ନ ୧.୦୦ ଯାଏ ଚାଲିବ। ଏପ୍ରିଲ ୨୯ ମେ ୨ ପର୍ଯ୍ୟନ୍ତ ଏହି ତିନିଦିନ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ। ମେ’ ୪ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ସେହିପରି ମେ’ ୫ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଏବଂ ମେ’ ୭ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଢେଙ୍କିକୋଟ ଜୋନର ୧୦ ଗୋଟି ପଞ୍ଚାୟତ ପାଇଁ ଆଦର୍ଶ ଆଚରଣ ବିଧି ଆଜିଠାରୁ ଅର୍ଥ ତା ୨୧/୪/୨୦୨୨ ରିଖ ଠାରୁ ଲାଗୁ ହେବ ଏବଂ ଏହା ତା ୨୮/୫/୨୦୨୨ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଭୋଟ ଗଣତି ମେ୨୮ରିଖରେ ଘଟଗାଁ ବ୍ଲକ କାର୍ୟ୍ୟାଳୟରେ କରାଯିବା ନେଇ ସୂଚନା ପ୍ରକାଶ ପାଇଛି । ମେ’ ୩୧ରେ ଫଳାଫଳ ଘୋଷଣା କରାଯିବ।
Comments are closed.