ଆସିକା: ପାଟପୁର ଥାନା ପୁଲିସ ପକ୍ଷରୁ ଆଇପିଏଲ ବେଟିଂ ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତଙ୍କଠାରୁ ପୁଲିସ ୧.୪୫ଲକ୍ଷ ଟଙ୍କା ଜବତ କରିଛି। ପାଟପୁର ଥାନା ପୋଡ଼ାମାରିସ୍ଥିତ କଲେଜ ଗ୍ରାଉଣ୍ଡରେ ଆଇପିଏଲ ବେଟିଂ ଚାଲୁଥିବା ଖବର ପାଇ ପାଟପୁର ଥାନା ପୁଲିସ ସେଠାରେ ଅଚାନକ ଚଢ଼ାଉ କରିଥିଲା। ପୁଲିସର ଅତର୍କିତ ଚଢ଼ାଉରେ ପାଟପୁର ଥାନା ପୋଡ଼ାମାରିସ୍ଥିତ କଲେଜ ଗ୍ରାଉଣ୍ଡରୁ ୬ଜଣ ଧରାପଡ଼ିଥିଲେ। ସେମାନଙ୍କଠାରୁ ପୁଲିସ ୬ଟି ମୋବାଇଲ ଫୋନ ଓ ଗୋଟିଏ ଲାପଟପ ପାଟପୁର ପୁଲିସ ଜବତ କରିଥିବା ସୂଚନା ମିଳିଛି।
Popular Categories



