ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୨୫ରୁ ଅଧିକ ଆହତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଝିଟିକୁଗୁଡା ନିକଟରେ ରବିବାର ସନ୍ଧ୍ୟାରେ ଏକ ପିକଅପ ଭାରସାମ୍ୟ ହରାଇ ଓଲଟିପଡିବା ଯୋଗୁଁ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଗୁରୁତର ୯ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ କୋଷାଗୁମୁଡା ବ୍ଲକ ସିନ୍ଧିଗୁଡା ଗ୍ରାମରୁ କନ୍ୟା ଘର ଏକ ପିକଅପ ଭ୍ୟାନ ପ୍ରାୟ ୩୦ଜଣଙ୍କୁ ଧରି ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ବର ଘର ଗ୍ରାମକୁ ଆସିଥିଲେ। ଫେରିବା ବେଳେ ଝିଟିକୁଗୁଡା ରାସ୍ତାରେ ଭାରସାମ୍ୟ ହରାଇ ପିକଅପ ଟି ଓଲଟି ପଡିଥିଲା। ଖବର ପାଇ ପାପଡାହାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଓ ପୁଲିସ ଗାଡ଼ିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପ୍ରାୟ ୯ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସା ଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.