www.samajalive.in
Thursday, December 11, 2025
27.1 C
Bhubaneswar

ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜିର ସୁରକ୍ଷା

ଭୁବନେଶ୍ବର: ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ଜେ.ଡି. ସେଣ୍ଟର ଅଫ୍ ଆର୍ଟ ତରଫରୁ ଏହାର ଭି.ଆଇ.ପି. କଲୋନୀସ୍ଥିତ କାର୍ଯ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବର୍ତ୍ତମାନ ସମଗ୍ର ଓଡ଼ିଶାର ଅନେକ ପୁରାତନ ମନ୍ଦିରରେ ଥିବା ବିଭିନ୍ନ ପଥର ମୂର୍ତ୍ତି ସହ ଦ୍ୱାରପାଳ ଓ ଅନ୍ୟାନ୍ୟ ପାଶ୍ୱର୍ଦେବଦେବୀଙ୍କ ମୂର୍ତ୍ତିକୁ ସଂରକ୍ଷଣ କରାନଯାଇ ତାକୁ ବିଭିନ୍ନ ପ୍ରକାର ଏନାମେଲ ରଙ୍ଗରେ ରଙ୍ଗାୟିତ କରି କଦର୍ଯ୍ୟ କରାଯାଉଛି।
ସେହିପରି ଗ୍ଲେଜିଙ୍ଗ୍ ଟାଇଲ୍ ଦ୍ୱାରା ଆମର ପୁରାତନ କୀର୍ତ୍ତିରାଜିର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ମନ୍ଦିର ଓ ପୁରାତନ ଐତିହ୍ୟରେ ଷ୍ଟିଲର ସିଡ଼ି ଓ ରେଲିଂ ଲଗାଯାଇ ତାର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ କରାଯାଉଛି। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଲାଗିଥିବା ପୁରାତନ ତୈଳଚିତ୍ର ଯାହାକୁ ଓଡ଼ିଶାର ସୁନାମଧନ୍ୟ ଯଶସ୍ୱୀ ଶିଳ୍ପୀମାନେ ଗତ ୪୦ ବର୍ଷ ତଳୁ ପ୍ରତିକୃତି ଅଙ୍କନ କରିଥିଲେ, ତାକୁ ବର୍ତ୍ତମାନ ଶିକ୍ଷାନବିଶ ଶିଳ୍ପୀମାନଙ୍କ ଦ୍ୱାରା ହିଁ ରିପେଣ୍ଟ କରାଯାଇ ସେହି ବରପୁତ୍ରମାନଙ୍କୁ ଅପମାନିତ କରାଯାଉଛି। ବ୍ରୋଞ୍ଜ ପ୍ରତିମୂର୍ତ୍ତି ·ରିପଟେ ଷ୍ଟିଲର ସିଡ଼ି ଓ ବିମ କରାଯାଇ ତାର ସୌନ୍ଦର୍ଯ୍ୟ ନଷ୍ଟ କରାଯାଉଛି।
ଜଗନ୍ନାଥ ମନ୍ଦିରର ମୁଖ୍ୟଦ୍ୱାରରେ ଥିବା ପ୍ରତିମୂତ୍ତି ଗୁଡ଼ିକରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ବୋଳାଯାଇ ତାକୁ କଦର୍ଯ୍ୟ ରୂପ ଦିଆଯାଉଛି। ସେହିପରି ଆମ ପୁରାତନ ମନ୍ଦିର ମାନଙ୍କରେ ମଧ୍ୟ କାନ୍ଥି ଚିତ୍ରକୁ ଧଳାରଙ୍ଗ ଦେଇ ତାକୁ ଲିଭାଇ ଦିଆଯାଉଛି ଓ କେଉଁଠି ମଧ୍ୟ ତାକୁ ବିଭିନ୍ନ କେମିକାଲ ରଙ୍ଗ ଦେଇ ତାର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ପୁରାତନ ମୁରାଲ ପେଣ୍ଟିଙ୍ଗ୍କୁ ଯଦି ବୈଜ୍ଞାନିକ ଉପାୟରେ ସଂରକ୍ଷଣ କରାଯାଆନ୍ତା ତାହେଲେ ଐତିହାସିକ କାରୁକାର୍ଯ୍ୟର ମହତ୍ତ୍ୱ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ହୋଇ ରହନ୍ତା।

ସେହିପରି ରାସ୍ତାକଡ଼ରେ ଥିବା ଶହ ଶହ ବର୍ଷର ପୁରାତନ ଗଛକୁ କଟାଯାଇ ରାସ୍ତା ଓ ଘର ନିର୍ମାଣ କରାଯାଉଛି। ତାକୁ ମଧ୍ୟ ଅନ୍ୟ ଜାଗାରେ ସ୍ଥାନାନ୍ତରିତ କରାଯାଇ ସଂରକ୍ଷଣ କରାଯାଇ ପାରନ୍ତା। ତେଣୁ ଉପସ୍ଥିତ ବ୍ୟକ୍ତିମାନେ ଏହା ଉପରେ ଆଲୋଚନା କରି କିପରି ଏହା ଉପରେ ସର୍ବସାଧାରଣ, ସରକାରୀ ଅଧିକାରୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯାଇ ପାରିବ ତା’ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ନିକଟ ଭବିଷ୍ୟତରେ ଏହି ବିଷୟରେ ବିଭିନ୍ନ କଳା ଅନୁଷ୍ଠାନ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜନ କରି ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବାର ଯୋଜନା କରାଯାଇଛି।
ଏହି ଆଲୋଚନାରେ ଅନୁଷ୍ଠାନର ସଭାପତି ଶ୍ରୀ ଯତୀନ ଦାସ ତାଙ୍କର
ବକ୍ତବ୍ୟ ରଖିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଅବସର ବେଉରିଆ, ଓମ୍କାର ମହାନ୍ତି, ରାମହରି ଜେନା, ଅଶୋକ ଦାସ, ସୁଦର୍ଶନ ସାହୁ, ଜଗଦାନନ୍ଦ, ବିରେନ ଦାସ, ଜ୍ୟୋତିରଂଜନ ସ୍ୱାଇଁ, ପ୍ରଫୁଲ୍ଲ ମିଶ୍ର, ଜ୍ଞାନେଶ ମିଶ୍ର, ଉଷା ମିଶ୍ର, ପ୍ରଫୁଲ୍ଲ ଧିର, ଦୁଷ୍ମନ୍ତ ପାତ୍ର, ପୂର୍ଣ୍ଣିମା ପାତ୍ର, ବିଶ୍ୱଜିତ ରାଉତ, ବାପୁଜୀ ଦାସ, ସଞ୍ଜୁ ଦାସ ଓ କୃଷ୍ଣ ଗୌଡ଼ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories