www.samajalive.in
Monday, December 15, 2025
16.1 C
Bhubaneswar

ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବଲାଙ୍ଗିର:ବଲାଙ୍ଗିର ଜିଲା ପୁଇଁତଳା ବ୍ଳକ ଫଲସାପଦର ଗ୍ରାମର ଶିବରାଜ ରାଉତ ନାମକ ଜଣେ ଯୁବକ ଗତ ୫ ବର୍ଷ ତଳେ ସେହି ଗ୍ରାମର ୧୬ ବର୍ଷୀୟ ଜଣେ ନାବାଳିକାଙ୍କୁ ତାର ସରଳତାର ସୁଯୋଗ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏହି ଘଟଣା କାହାକୁ କହିଲେ ନାବାଳିକାକୁ ଜୀବନରେ ମାରିଦେବା ପାଇଁ ଅଭିଯୁକ୍ତ ଧମକ ଦେଇଥିଲେ। ଲୋକଲଜ୍ଜା ଭୟରେ ନାବାଳିକା ଜଣକ ଘଟଣା ପ୍ରଘଟ କରି ନଥିବା ବେଳେ କିଛି ଦିନ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ନାବାଳିକାର ପରିବାର ଏହି କଥା ଜାଣିବା ପରେ ଶିବରାଜର ବଡ଼ ଭାଇ ପ୍ରେମରାଜଙ୍କୁ ଅଭିଯୋଗ କରିଥିଲେ। ତେବେ ଅଭିଯୁକ୍ତର ବଡ ଭାଇ ପ୍ରେମରାଜ ନିଜ ଭାଇର ଦୋଷ ମାନିବା ପରିବର୍ତ୍ତେ ତୁମେ ଯାହା କରିବା କଥା କର ବୋଲି କହିବା ପରେ ନାବାଳିକାର ପରିବାର ଲୋକେ ପୁଇଁତଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଇଁତଳା ପୁଲିସ ଦୁଷ୍କର୍ମ ଅଭିଯୋଗରେ ଶିବରାଜକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ । ଉଭୟ ପକ୍ଷର ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବଲାଙ୍ଗିର ସ୍ୱତନ୍ତ୍ର ବିଚାରପତି ଫାଷ୍ଟ ଟ୍ରାକ କୋର୍ଟ ନିଜ ରାୟରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ପଇଠ ପାଇଁ ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଆଉ ଦୁଇ ବର୍ଷ ଅଧିକ କାରାଦଣ୍ଡଦେଶ ପାଇଁ ସ୍ୱତନ୍ତ୍ର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ରାୟ ଦେଇଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ଜୟରାମ ମିଶ୍ର ମାମଲା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ ବାଗ ମାମଲା ପରିଚାଳନା କରିଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories